ଭାରତୀୟ ସେନା ବ୍ୟବହାର କରୁଛି ଏହି ହାତମୁଠା ଆକାରର ହେଲିକପ୍ଟର ! ଜାଣନ୍ତୁ ଶତ୍ରୁଦେଶ ପାଇଁ କାହିଁକି ଏହା ଘାତକ

Advertisment
ଭାରତୀୟ ସେନା ବ୍ୟବହାର କରୁଛି ଏହି ହାତମୁଠା ଆକାରର ହେଲିକପ୍ଟର ! ଜାଣନ୍ତୁ ଶତ୍ରୁଦେଶ ପାଇଁ କାହିଁକି ଏହା ଘାତକ

Photo Courtesy: Zee News

ନୂଆଦିଲ୍ଲୀ:  ସେନା ବ୍ୟବହାର କରୁଛି ଏମିତି ଏକ ହେଲିକପ୍ଟର, ଯାହାର ଆକାର ଏକ ହାତମୁଠା ଭଳି। ଅତ୍ୟନ୍ତ କ୍ଷୁଦ୍ର ଓ ଶକ୍ତିଶାଳୀ ହେଲିକପ୍ଟର ଅସଲରେ ହେଉଛି ଏକ ଡ୍ରୋନ୍। ଏହି ଡ୍ରୋନରେ ଲାଗିଛି ଖୁବ୍ ଶକ୍ତଶାଳୀ କ୍ୟାମେରା। ଫଳରେ ସାମାବର୍ତ୍ତୀ ଅଞ୍ଚଳରେ କେଉଁଠି କ’ଣ ଘଟୁଛି ତାହା ଏହି କ୍ଷୁଦ୍ର ହେଲିକପ୍ଟର ଡ୍ରୋନ୍ ମାଧ୍ୟମରେ ଜାଣିହେବ। ଆସନ୍ତୁ ଜାଣିବା ବ୍ଲାକ୍ ହର୍ନେଟ୍ ଭାବେ ପରିଚିତ ଏହି ଅତ୍ୟାଧୁନିକ ଯନ୍ତ୍ର ସଂପର୍କରେ...

ଯଦି ଆପଣ ଡ୍ରୋନ୍ କିଣିବାକୁ ବଜାରକୁ ଯାଆନ୍ତି ତେବେ ଆପଣଙ୍କୁ ଅନେକ ବିକଳ୍ପ ମିଳିଥାଏ କିନ୍ତୁ ଏହି ଡ୍ରୋନ୍ ଗୁଡିକ ପ୍ରତିକୂଳ ପାଣିପାଗ ସ୍ଥିତିକୁ ସହ୍ୟ କରିବାକୁ ସକ୍ଷମ ହୋଇନଥାନ୍ତି । ଏଭଳି ପରିସ୍ଥିତିରେ ଡ୍ରୋନ୍ ନଷ୍ଟ ହୋଇଯାଏ ଏବଂ ଆପଣଙ୍କ ଟଙ୍କା ବି ପାଣିରେ ପଡ଼େ । ଆମେ ଆପଣଙ୍କୁ କହିବୁ ଏମିତି ଏକ ଡ୍ରୋନ୍ କ୍ୟାମେରା ବିଷୟରେ, ଯାହା ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି । ଏହା ଅତି ଖରାପ ପାଗରେ ମଧ୍ୟ କାମ କରିପାରିବ। ଏହି ଡ୍ରୋନ୍ ଆକାରରେ ବହୁତ ଛୋଟ । ଆଜି ଆମେ ଆପଣଙ୍କୁ ଏହି ସ୍ୱତନ୍ତ୍ର ଡ୍ରୋନ୍ ବିଷୟରେ କହିବାକୁ ଯାଉଛୁ । ଏହା ସହିତ ଆମେ ଆପଣଙ୍କୁ କହିବୁ ଯେ ଏହା ଅନ୍ୟ ଡ୍ରୋନ୍ ଠାରୁ କାହିଁକି ଭିନ୍ନ ?

ଆମେ କହୁଥିବା ଡ୍ରୋନ୍ କ୍ୟାମେରା ହେଉଛି ପିଡି-୧୦୦ ବ୍ଲାକ୍ ହର୍ନେଟ୍ (PD-100 Black Hornet ) ଏବଂ ଏହାର ଆକାର ଏକ ପକେଟ୍ ସାଇଜ୍ ହେଲିକପ୍ଟର ଭଳି । ଏହା ଦେଖିବା ବହୁତ ଛୋଟ କିନ୍ତୁ ଅତ୍ୟନ୍ତ ଶକ୍ତିଶାଳୀ । ଏହି ହେଲିକପ୍ଟର ଡ୍ରୋନ୍  ବ୍ୟାପକ ଅଞ୍ଚଳ ଉପରେ  ନଜର ରଖାଯାଇଥାଏ କିନ୍ତୁ ସହଜରେ ଦୃଶ୍ୟମାନ ହୁଏନାହିଁ । ଏହି ଡ୍ରୋନ୍ ସେହି ଅଞ୍ଚଳରେ ପହଞ୍ଚିପାରେ ଯେଉଁଠାକୁ ମଣିଷ ଯାଇପାରିବ ନାହିଁ । ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଓ ପ୍ରତିକୂଳ ପାଗରେ ମଧ୍ୟ ଏହା ଭଲ କାମ କରେ ।  ଏହି ଡ୍ରୋନ୍ ହେଲିକପ୍ଟର ସାଧାରଣ ଲୋକଙ୍କ ପାଖରେ ପହଂଚି ପାରିନାହିଁ ।

publive-image

ଏହା କେଉଁଠାରେ ବ୍ୟବହାର କରାଯାଏ?
ପିଡି-୧୦୦ ବ୍ଲାକ୍ ହର୍ନେଟ୍ ଡ୍ରୋନ୍ ଅତ୍ୟଧିକ ସମ୍ବେଦନଶୀଳ ଅଞ୍ଚଳର ତଦାରଖ ତଥା ଗୁପ୍ତଚର କାର୍ଯ୍ୟରେ ବ୍ୟବହୃତ ହୁଏ । ଅନେକ ଦେଶର ସୈନ୍ୟବାହିନୀ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। ଏହି ଡ୍ରୋନ୍ ରିମୋଟ ସାହାଯ୍ୟରେ ନିୟନ୍ତ୍ରଣ କରାଯାଏ । ଏହାର ରିମୋଟରେ ଏକ ଡିସପ୍ଲେ ଅଛି ଯାହାଦ୍ୱାରା ଏହାକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ଡ୍ରୋନ୍ କ୍ୟାମେରାରୁ ଆସୁଥିବା ଲାଇଭ୍ ଫୁଟେଜ୍ ଦେଖିପାରିବେ । ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏହାକୁ ଅନୁସନ୍ଧାନ ମିସନରେ ବ୍ୟବହାର କରାଯାଇପାରିବ।

ଏହି ଡ୍ରୋନ୍ କେଉଁ କମ୍ପାନୀ ପ୍ରସ୍ତୁତ କରିଥାଏ ?
ଏହି ହେଲିକପ୍ଟର ଡ୍ରୋନ୍ ନରୱେରେ ଅବସ୍ଥିତ ପ୍ରକ୍ସ ଡାଇନାମିକ୍ସ (Prox Dynamics) ନାମକ ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ୧୦ ସେମି ଲମ୍ବ, ୨.୫ ସେମି ଚଉଡା ଏବଂ ଏହାର ଆକାର ଦେଖିବାକୁ ଅବିକଳ ହାତ ମୁଠା ପରି | ଏହାକୁ କ୍ରମାଗତ ଭାବରେ ୨୦ ମିନିଟ୍ ପାଇଁ ଉଡ଼ାଯାଇପାରିବ, ଏଥିରେ ତିନୋଟି କ୍ୟାମେରା ଅଛି | ଏହି ଡ୍ରୋନ୍ ହେଲିକପ୍ଟରର ସର୍ବୋଚ୍ଚ ଗତି ହେଉଛି ଘଣ୍ଟା ପ୍ରତି ୨୧ କିଲୋମିଟର | ଏହି ଡ୍ରୋନର ଦାମ ପାଖାପାଖି ଏକ କୋଟି ଟଙ୍କା | ଭାରତ ସମେତ ଆମେରିକା, ଅଷ୍ଟ୍ରେଲିଆ, ତୁର୍କୀ, ନରୱେ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ପୋଲାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ସଶସ୍ତ୍ର ବାହିନୀ ଏହି ଡ୍ରୋନ୍ କ୍ୟାମେରା ବ୍ୟବହାର କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe