ଗଲ୍‌ୱାନ୍‌ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ଲଦାଖରେ ପହଞ୍ଚିଲା ସେନାର ବାଇକ୍‌ ରାଲି

Advertisment
ଗଲ୍‌ୱାନ୍‌ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ଲଦାଖରେ ପହଞ୍ଚିଲା ସେନାର ବାଇକ୍‌ ରାଲି

Image Courtesy of News18

ନୂଆଦିଲ୍ଲୀ: ଭାରତୀୟ ସେନାର ‘ନର୍ଦନ୍‌ କମାଣ୍ଡ୍‌ ବାଇକ୍‌ ରାଲି’ର ଅଂଶଗ୍ରହଣକାରୀମାନେ ଲଦାଖର ଦୁର୍ଗମ ପଥୁରିଆ ରାସ୍ତାରେ ଯାଇ ଗଲ୍‌ୱାନ୍‌ ଉପତ୍ୟକାର ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୁବ୍‌ରା ଉପତ୍ୟକାରେ ପହଞ୍ଚିଥିବା କଥା ଆଜି ସେନାର ‘ଫାୟାର୍‌ ଆଣ୍ଡ୍‌ ଫ୍ୟୁରି କର୍ପସ୍‌’ କହିଛି।

ସ୍ମରଣଯୋଗ୍ୟ, ୨୦୨୦ ଜୁନ୍‌ରେ ଲଦାଖର ଗଲ୍‌ୱାନ୍‌ ଉପତ୍ୟକାରେ ଭାରତୀୟ ଏବଂ ଚୀନା ସୈନିକମାନଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଥିଲା। ଏଥିରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଫଳରେ ସେବେଠାରୁ ଗଲ୍‌ୱାନ୍‌ ଉପତ୍ୟକାରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇ ରହିବା ସହ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ସେଠାରୁ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଏଯାବତ୍‌ ଅନ୍ୟୂନ ୧୧ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନା ଶେଷ ହେଲାଣି।

publive-image Image Courtesy of The Economic Times

୧୯୯୯ରେ ସଙ୍ଗଠିତ କାର୍ଗିଲ୍‌ ଯୁଦ୍ଧରେ ପାକିସ୍ତାନ ଉପରେ ବିଜୟର ୨୩ ବର୍ଷ ପୂର୍ତ୍ତୀ ଅବସରରେ ସୋମବାର ଦିନ ଭାରତୀୟ ସେନା ନୂଆଦିଲ୍ଲୀରୁ ଲଦାଖ ଅନ୍ତର୍ଗତ ଡ୍ରାସ୍‌ରେ ଥିବା ‘କାର୍ଗିଲ୍‌ ୱାର୍‌ ମେମୋରିଆଲ୍‌’ ଅଭିମୁଖେ ମୋଟର୍‌ସାଇକେଲ୍‌ ରାଲି ଆୟୋଜନ କରିଥିଲା।

ନୂଆଦିଲ୍ଲୀରେ ଥିବା ‘ନ୍ୟାସ୍‌ନାଲ୍‌ ୱାର୍‌ ମେମୋରିୟାଲ୍‌’ର ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଲେଫ୍ଟ୍‌ନାଣ୍ଟ୍‌ ଜେନେରାଲ୍‌ ବି. ଏସ୍‌. ରାଜୁ ୩୦ ସଦସ୍ୟବିଶିଷ୍ଟ ଉକ୍ତ ରାଲିର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe