ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ: ୨ ଗିରଫ

Advertisment
ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ: ୨ ଗିରଫ

Mangaluru Times

ମୁମ୍ବାଇ: କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ସଂପ୍ରତି ସମଗ୍ର ଦେଶ ଲକ୍‌ଡାଉନ ମଧ୍ୟରେ ରହିଥିବା ବେଳେ ଗତ ବୁଧବାର ମଧ୍ୟରାତ୍ରରେ ଦୁଇ ଜଣ ଅଜ୍ଞାତ ଦୁର୍ଦୃତ୍ତ ବରିଷ୍ଠ ସାମ୍ବାଦିକ ତଥା ରିପ୍ଲବିକ୍‌ ଟିଭିର ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ଘଟଣାକୁ କେନ୍ଦ୍ରକରି ଦେଶବ୍ୟାପି ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏସଂପର୍କରେ ପୁଲିସ୍‌ରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଆଜି ଏହି ଘଟଣାରେ ସଂପୃକ୍ତ ଥିବା ଦୁଇ ଯୁବକଙ୍କୁ ଗିରଫ କରିଥିବା ଜାଣିଥିବା ମିଳିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ବରିଷ୍ଠ ସାମ୍ବାଦିକ ତଥା ରିପ୍ଲବିକ୍‌ ଟିଭିର ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀ ସାମିଆ ଗୋସ୍ୱାମୀ ବୁଧବାର ରାତି ପ୍ରାୟ ୧୨ଟା ୧୫ ମିନିଟ ସମୟରେ ରିପ୍ଲବିକ୍‌ ଟିଭି ଷ୍ଟୁଡିଓରୁ ଗାଡ଼ିରେ ନିଜ ଘରକୁ ଫେରୁଥିଲେ।

ଏହି ସମୟରେ ଦୁଇଜଣ ଅଜ୍ଞାତ ଯୁବକ ଦୁଇଟି ମଟର ସାଇକେଲରେ ସେମାନଙ୍କର ପିଛା କରିଥିଲେ। ଗୋସ୍ୱାମୀ ଦଂପତି ସେମାନଙ୍କର ଘର ନିକଟବର୍ତ୍ତୀ ହେବା ପୂର୍ବରୁ ମଟର ସାଇକେଲରେ ସେମାନଙ୍କ ପିଛା କରୁଥିବା ଯୁବକ ଦୁଇଜଣ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗାଡ଼ିକୁ ଅତିକ୍ରମ କରିଯିବା ସହ ସେମାନଙ୍କ ଗାଡ଼ିକୁ ଅଟକାଇ ଥିଲେ।

ଶ୍ରୀ ଗୋସ୍ୱାମୀ ତାଙ୍କ ଗାଡ଼ିକୁ ଅଟକାଇ ଘଟଣା କ’ଣ ବୋଲି ବୁଝିବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ଦୁଇଜଣ ସଂପୂର୍ଣ୍ଣ ଅତର୍କିତ ଭାବେ ଗାଡ଼ିର ଛରକା କାଚକୁ ଭାଙ୍ଗି ପକାଇବା ସହ ଗୋସ୍ୱାମୀ ଦଂପତିଙ୍କ ଉପରକୁ କିଛି ତରଳ ପଦାର୍ଥ ପକାଇବାକୁ ଉଦ୍ୟମ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ତେବେ, ସୌଭାଗ୍ୟ କ୍ରମେ ଗୋସ୍ୱାମୀ ଦଂପତି ଅଜ୍ଞାତ ଯୁବକମାନଙ୍କର ଏହି ଆକ୍ରମଣରୁ ନିଜକୁ ବଞ୍ଚାଇ ନେଇଥିଲେ।

ପରେ ଶ୍ରୀ ଗୋସ୍ୱାମୀ ଯାଇ ନିକଟସ୍ଥ ଏନ୍‌ଏମ୍‌ ଯୋଶୀ ମାର୍ଗ ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କିଛି ଯୁବ କଂଗ୍ରେସ ନେତା ସଂପୃକ୍ତ ଥିବା ଶ୍ରୀ ଗୋସ୍ୱାମୀ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଏନ୍‌ଏମ୍‌ ଯୋଶୀ ମାର୍ଗ ପୁଲିସ ଏହି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରି ଆଜି ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe