ବମ୍ବେ ହାଇକୋର୍ଟଙ୍କ ଜାମିନ୍‌ ଅଗ୍ରାହ୍ୟ ଆଦେଶକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟ ଗଲେ ଅର୍ଣ୍ଣବ ଗୋସ୍ବାମୀ

ବମ୍ବେ ହାଇକୋର୍ଟଙ୍କ ଜାମିନ୍‌ ଅଗ୍ରାହ୍ୟ ଆଦେଶକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟ ଗଲେ ଅର୍ଣ୍ଣବ ଗୋସ୍ବାମୀ

Image Courtesy of India.com

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକ ଖାରଜ ଆଦେଶକୁ ଚାଲେଞ୍ଜ୍ କରିବା ନିମନ୍ତେ ମଙ୍ଗଳବାର ଦିନ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି। ୨୦୧୮ ମସିହାର ଅନ୍‌ବ୍ୟ ନାଇକ୍ ଆତ୍ମହତ୍ୟା ମାମଲାର କାରଣ ହୋଇଥିବା ଅଭିଯୋଗରେ ଗିରଫ ଗୋସ୍ବାମୀ ମଧ୍ୟବର୍ତ୍ତୀକାଳୀନ ଜାମିନ ନିମନ୍ତେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ।

ସୋମବାର ଦିନ ବମ୍ବେ ହାଇକୋର୍ଟ ଗୋସ୍ବାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରିବା ସହ କହିଥିଲେ ଯେ, ନାଇକ ଆତ୍ମହତ୍ୟା ମାମଲାରେ ଚାଲିଥିବା ତଦନ୍ତକୁ ବେଆଇନ କୁହାଯାଇ ପାରିବନାହିଁ।

କିନ୍ତୁ, ଅଦାଲତ କହିଥିଲେ ଯେ, ଅପରାଧିକ ଆଇନ ବ୍ୟବସ୍ଥା ଅନୁଯାୟୀ ସେସନ୍‌ସ୍ କୋର୍ଟରୁ ରେଗୁଲାର୍‌ ବେଲ୍‌ ପାଇଁ ଆବେଦନ କରିବାକୁ ସ୍ବାଧୀନତା ରହିଛି। କିନ୍ତୁ, ସେଦିନ  ଗୋସ୍ବାମୀ ରାୟଗଡ଼ ସେସନ୍‌ସ୍‌ କୋର୍ଟରେ ଆବେଦନ କରି ଜାମିନ ପାଇବାରେ ବିଫଳ ହୋଇଥିଲେ।

publive-image Image Courtesy of The Indian Express

୨୦୧୮ରେ ଇଣ୍ଟେରିୟର୍‌ ଡିଜାଇନର୍‌ ଅନ୍‌ବ୍ୟ ନାଇକ ଏବଂ ତାଙ୍କ ମାଆଙ୍କ ଆତ୍ମହତ୍ୟାର କାରଣ ହୋଇଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଗୋସ୍ବାମୀ ଅନ୍ୟତମ ବୋଲି ଅଭିଯୋଗ ହୋଇଛି। ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଫେରୋଜ୍ ଶେଖ୍‌ ଏବଂ ନୀତୀଶ ସାରଦା। ଅଭିଯୁକ୍ତଙ୍କ କମ୍ପାନି ଇଣ୍ଟେରିୟର୍‌ ଡିଜାଇନର୍‌ଙ୍କୁ ସେମାନଙ୍କର ବକେୟା ଅର୍ଥ ଦେଇ ନ ଥିଲେ।

ନଭେମ୍ବର ୪ ତାରିଖ ଦିନ ଗୋସ୍ବାମୀଙ୍କୁ ମୁମ୍ବାଇର ଲୋଅର୍‌ ପାରେଲ୍‌ସ୍ଥିତ ବାସଭବନରୁ ଗିରଫ କରାଯାଇ ଅଲିବାଗ୍‌ ନିଆଯାଇଥିଲା। ସେଠାରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ତାଙ୍କୁ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

କଏଦୀମାନଙ୍କ ନିମନ୍ତେ ଅଲିବାଗ୍‌ ମୁନିସ୍‌ପାଲ୍‌ ସ୍କୁଲ୍‌ରେ ତିଆରି କରାଯାଇଥିବା ଏକ ଅସ୍ଥାୟୀ କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ ଗୋସ୍ବାମୀଙ୍କୁ ରଖାଯାଇଥିଲା। ସେଠାରେ ଗୋସ୍ବାମୀ ଅନ୍ୟ ଜଣଙ୍କ ମୋବାଇଲ୍‌ ଫୋନ୍ ବ୍ୟବହାର କରିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଦର୍ଶାଇ ରବିବାର ସକାଳେ ରାୟଗଡ଼ ପୁଲିସ ତାଙ୍କୁ ନୱି ମୁମ୍ବାଇସ୍ଥିତ ତଲୋଜା ସେଣ୍ଟ୍ରାଲ୍‌ ଜେଲ୍‌କୁ ସ୍ଥାନାନ୍ତର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe