Image Courtesy of The Times of India
ନୱି ମୁମ୍ବାଇ: ବିଚାର ବିଭାଗୀୟ ହାଜତରେ ଥିବାବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ଅଭିଯୋଗରେ ରବିବାର ସକାଳେ ‘ରିପବ୍ଲିକ୍ ଟିଭି’ର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ରାୟଗଡ଼ ପୁଲିସ ନୱି ମୁମ୍ବାଇସ୍ଥିତ ତଲୋଜା ସେଣ୍ଟ୍ରାଲ୍ ଜେଲ୍କୁ ସ୍ଥାନାନ୍ତର କରିଛି। କଏଦୀମାନଙ୍କ ନିମନ୍ତେ ଅଲିବାଗ୍ ମୁନିସ୍ପାଲ୍ ସ୍କୁଲ୍ରେ ତିଆରି କରାଯାଇଥିବା ଏକ ଅସ୍ଥାୟୀ କ୍ବାରେଣ୍ଟିନ୍ ସେଣ୍ଟର୍ରେ ସେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିଲେ ବୋଲି ପୁଲିସ କହିଛି।
ଜଣେ ଇଣ୍ଟେରିୟର୍ ଡିଜାଇନର୍ ଏବଂ ତାଙ୍କ ମାଆଙ୍କୁ ଆତ୍ମହତ୍ୟା ପାଇଁ ଉସ୍କାଇ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଗୋସ୍ବାମୀ ଅନ୍ୟତମ। ୱର୍ଲିସ୍ଥିତ ବାସଭବନରୁ ଗୋସ୍ବାମୀଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ରାୟଗଡ଼ କ୍ରାଇମ ବ୍ରାଞ୍ଚ୍ର ତଦନ୍ତକାରୀ ଅଧିକାରୀ ଜମିଲ୍ ଶେଖ୍ଙ୍କ କହିବା ଅନୁସାରେ, ବିଚାର ବିଭାଗୀୟ ହାଜତରେ ଥାଇ ଗୋସ୍ବାମୀ ଅନ୍ୟ ଜଣଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ।
Image Courtesy of Free Press Journalଗୋସ୍ବାମୀ କେମିତି ମୋବାଇଲ୍ ଫୋନ୍ ପାଇଲେ ଏବଂ କ୍ବାରେଣ୍ଟିନ୍ ସେଣ୍ଟର୍ରେ କିଏ ତାଙ୍କୁ ମୋବାଇଲ୍ ଫୋନ୍ ଯୋଗାଇ ଦେଲା? ଏହି ମାମଲାର ତଦନ୍ତକାରୀ ଅଧିକାରୀ ହିସାବରେ ଏ କଥା ଜାଣିବାକୁ ମୁଁ ଅଲିବାଗ୍ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ଇନ୍କ୍ବାରି ରିପୋର୍ଟ ମାଗିଛି। ଏହାପରେ, ଆଜି ସକାଳେ ଆମେ ତାଙ୍କୁ ତଲୋଜା ଜେଲ୍କୁ ପଠାଇ ଦେଇଛୁ।
ରବିବାର ସକାଳେ ରିପବ୍ଲିକ୍ ଟିଭି ସେୟାର୍ କରିଥିବା ଏକ ଭିଡିଓରେ ଗୋସ୍ବାମୀ ପୁଲିସ ଭ୍ୟାନ୍ରୁ କିଛି କହୁଥିବା ଦେଖାଯାଉଛି। ସେ କହୁଛନ୍ତି, ମୋ ଜୀବନ ବିପଦଗ୍ରସ୍ତ। ମୋ ଓକିଲମାନଙ୍କ ସହ ମତେ କଥା କୁହାଇ ଦିଆଯାଉନାହିଁ। ଆଜି ସକାଳେ ମତେ ଧକ୍କା ମରାଯିବା ସହ ଆକ୍ରମଣ କରାଯାଇଥିଲା। ସେମାନେ କହୁଛନ୍ତି ମୋ ଓକିଲଙ୍କ ସହ ମତେ କଥାବାର୍ତ୍ତା କରାଇ ଦେବେନାହିଁ। ଦୟାପୂର୍ବକ ଦେଶବାସୀଙ୍କୁ କୁହ, ମୋ ଜୀବନ ବିପଦଗ୍ରସ୍ତ।
Follow Us