ଅର୍ଣ୍ଣବଙ୍କୁ ତାଲୋଜା ଜେଲ୍‌କୁ ସ୍ଥାନାନ୍ତର

ଅର୍ଣ୍ଣବଙ୍କୁ ତାଲୋଜା ଜେଲ୍‌କୁ ସ୍ଥାନାନ୍ତର

OpIndia

ମୁମ୍ବାଇ : ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆଜି ରାଇଗଡ଼ ପୁଲିସ ନଭି ମୁମ୍ବାଇର ତାଲୋଜା ଜେଲ୍‌କୁ ସ୍ଥାନାନ୍ତର କରିଛି। ଆଲିବାଗସ୍ଥିତ ବିଚାର ବିଭାଗୀୟ ହାଜତର କ୍ବାରାଣ୍ଟାଇନ ସେଣ୍ଟରରେ ଥିଲାବେଳେ ଅର୍ଣ୍ଣବ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବାର ଅଭିଯୋଗ ହୋଇଥିଲା। ଏହା ପରେ ରାଇଗଡ଼ ପୁଲିସ ତାଙ୍କୁ ତାଲୋଜା ଜେଲ୍‌କୁ ସ୍ଥାନାନ୍ତର କରିଛି। ଗତ ଶୁକ୍ରବାର ଅର୍ଣ୍ଣବ ମୋବାଇଲ ଫୋନ୍‌ ସହ ସୋସିଆଲ ମିଡିଆରେ ସକ୍ରିୟ ଥିବା ଜାଣିବା ପରେ ତାଙ୍କୁ ତାଲୋଜା ଜେଲ୍‌କୁ ପଠାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଜାମିଲ୍‌ ଶେଖ୍‌ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଅର୍ଣ୍ଣବ ଇଣ୍ଟେରିଅର ଡିଜାଇନର ଅନ୍ବୟ ନାଏକ ଆତ୍ମହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe