୪ଟି କାର୍ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ହଲିଉଡ୍‌ ଅଭିନେତା ଆର୍ଣ୍ଣଲ୍‌ଡ୍‌ ସ୍ବାର୍ଜନେଗର୍‌: ରିପୋର୍ଟ

Advertisment
୪ଟି କାର୍ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ହଲିଉଡ୍‌ ଅଭିନେତା ଆର୍ଣ୍ଣଲ୍‌ଡ୍‌ ସ୍ବାର୍ଜନେଗର୍‌: ରିପୋର୍ଟ

Image Courtesy of WDTN

ଲସ୍‌ ଆଞ୍ଜଲେସ୍‌: ଲସ୍‌ ଆଞ୍ଜଲେସ୍‌ରେ ଘଟିଥିବା କାର୍‌ ଦୁର୍ଘଟଣାରୁ ହଲିଉଡ୍‌ ଅଭିନେତା ଆର୍ଣ୍ଣଲ୍‌ଡ୍‌ ସ୍ବାର୍ଜନେଗର୍‌ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡ଼ିଛି।

ଶୁକ୍ରବାର ବିଳମ୍ବିତ ଅପରାହ୍ଣରେ ଘଟିଥିବା ଉକ୍ତ ସଡ଼କ ଦୁର୍ଘଟଣାରେ ୪ଟି କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସାମାନ୍ୟ ଆହତ ହୋଇଥିବା ଜଣେ ମହିଳାଙ୍କୁ ଡାକ୍ତରଖାନା ପଠାଯାଇଥିବା ବେଳେ ଆର୍ଣ୍ଣଲ୍‌ଡ୍‌ ସ୍ବାର୍ଜନେଗର୍‌ ଅକ୍ଷତ ଅବସ୍ଥାରେ ବର୍ତ୍ତିଯାଇଥିବା କଥା ତାଙ୍କର ମୁଖପାତ୍ର ସୁନିଶ୍ଚିତ କରିଛନ୍ତି।

‘ଲସ୍‌ ଆଞ୍ଜେଲ୍‌ସ୍‌ ଟାଇମ୍ସ୍‌’ ରିପୋର୍ଟ ଅନୁସାରେ, ୭୪ ବର୍ଷିୟ ଅଭିନେତା ତଥା କାଲିଫର୍ଣ୍ଣିଆର ପୂର୍ବତନ ଗଭର୍ଣ୍ଣନର୍‌ ନିଜେ କାର୍‌ ଚଳାଇ ଯାଉଥିଲା ବେଳେ ରିଭେରିଆ କଣ୍ଟ୍ରି କ୍ଲବ୍‌ ନିକଟ ସନ୍‌ସେଟ୍‌ ବଲେଭର୍ଡ ଏବଂ ଆଲେନ୍‌ଫୋର୍ଡ ଏଭେନ୍ୟୁ ଛକରେ ଅନ୍ୟ ଗୋଟାଏ କାର୍‌ ସହ ତାଙ୍କ କାର୍‌ଧକ୍କା ଖାଇଥିଲା। ଏହି ସମୟରେ ସେ ରାସ୍ତା ଦେଇ ଆସୁଥିବା ଆଉ ଦୁଇଟି କାର୍‌ ମଧ୍ୟ ଦୁର୍ଘଟଣାଗ୍ରସ୍ତ କାର୍‌ ପଛରେ ଧକ୍କା ଖାଇଥିଲେ।

publive-image Image Courtesy of NDTV

ଧକ୍କା ଯୋଗୁଁ ମୁଣ୍ଡରେ ଚର୍ମ ଛାଲି ହୋଇ କ୍ଷତାକ୍ତ ହୋଇଥିବା ଜଣେ ମହିଳାଙ୍କୁ ପାରାମେଡିକ୍‌ମାନେ ଡାକ୍ତରଖାନାକୁ ପଠାଇ ଦେଇଥିବା କଥା ଲସ୍‌ ଆଞ୍ଜେଲ୍‌ସ୍‌ ପୁଲିସ ବିଭାଗ ବିବୃତି ଦେଇ କହିଛି।

ଅଭିନେତା ସ୍ବାର୍ଜନେଗର୍‌ ଆହତ ହୋଇ ନାହାନ୍ତି, କିନ୍ତୁ ସେ ଆହତ ମହିଳାଙ୍କ ପାଇଁ ସେ ଚିନ୍ତିତ ଅଛନ୍ତି ବୋଲି ମୁଖପାତ୍ରଜଣକ କହିଛନ୍ତି। ଘଟଣାସ୍ଥଳରେ କିଛି ସମୟ ରହି ସ୍ବାର୍ଜନେଗର୍‌ ଉକ୍ତ ମହିଳାଙ୍କ ଅବସ୍ଥା ବୁଝାବୁଝି କରିଥିଲେ। ଏହାପରେ ସେ ପୁଲିସ ଏବଂ ଦମକଳ କର୍ମଚାରୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ।

ଏହି ଦୁର୍ଘଟଣା ଡ୍ରଗ୍‌ କିଂବା ମଦଜନିତ କାରଣ ପାଇଁ ଘଟି ନ ଥିଲେ ମଧ୍ୟ ତଦନ୍ତ ଚାଲିଥିବା କଥା ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରିଆର ମୂଳ ବାସିନ୍ଦା ସ୍ବାର୍ଜନେଗର୍‌ ହେଉଛନ୍ତି ଜଣେ ‘ଚାମ୍ପିଅନ୍‌ ବଡି ବିଲଡର୍‌’। ୧୯୮୦ ଦଶକରେ ସେ ହଲିଉଡ୍‌ ଷ୍ଟାର୍‌ ପାଲଟି ଯାଇଥିଲେ। ତାଙ୍କର ହିଟ୍‌ ହୋଇଥିବା ଚଳଚ୍ଚିତ୍ର ମଧ୍ୟରୁ ‘କୋନାନ୍‌ ଦି ବାର୍ବାରିଆନ୍‌’, ‘କମାଣ୍ଡୋ’, ‘ଟର୍ମିନେଟର୍‌’, ‘ଟୋଟାଲ୍‌ ରିକଲ୍‌’ ଏବଂ ‘ଟ୍ରୁ ଲାଇଜ୍‌’ ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe