Image Courtesy of The Times of India
ନୂଆଦିଲ୍ଲୀ: ‘ଇଲେକ୍ଟୋରଲ୍ ରୋଲ୍’ରୁ ନକଲି ଏଣ୍ଟ୍ରି ଡିଲିଟ୍ କରିବା କାର୍ଯ୍ୟ ଉପରେ ଗୁରୁତ୍ବାରୋପ କରି ଭାରତର ନିର୍ବାଚନ ଗତ ୭ ମାସ ଭିତରେ ପ୍ରାୟ ୧୦ ନିୟୁତ ନକଲି ଏଣ୍ଟ୍ରି ହଟାଇ ଦେଇଛନ୍ତି ଅଥବା ଆବଶ୍ୟକସ୍ଥଳେ ସଂଶୋଧ କରିଥିବା କଥା ଘଟଣା ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ କହିଛନ୍ତି।
ସୂଚନାଯୋଗ୍ୟ, ଜନଗଣନା ପରିସଂଖ୍ୟାନ ଏବଂ ସମାନ ଫଟୋ ଥିବା ଏଣ୍ଟ୍ରିଗୁଡ଼ିକୁ ଚିହ୍ନଟ କରି ନକଲି ବୋଲି ଜଣାପଡୁଥିବା ଭୋଟର୍ ପରିଚୟପତ୍ରଗୁଡ଼ିକୁ ଉଡ଼ାଇ ଦିଆଯାଉଛି ଅଥବା ଆବଶ୍ୟକ କ୍ଷେତ୍ରରେ ସଂଶୋଧନ କରାଯାଉଛି। ଭୋଟ୍ଦାତାମାନଙ୍କର ସାମଗ୍ରିକ ‘ଡିଜିଟାଲ୍ ଡାଟାବେସ୍’ ପ୍ରସ୍ତୁତ କରିବା ନିମନ୍ତେ ଜାଲ୍ ଏଣ୍ଟ୍ରି ସବୁ ହଟାଇବା ଉପରେ ଭାରତର ନିର୍ବାଚନ କମିସନ୍ ଗୁରୁତ୍ବାରୋପ କରିଛି।
ଏହି ପ୍ରକ୍ରିୟାକୁ ସରଳ କରିବା ଲାଗି ନିର୍ବାଚନ କମିସନର୍ ଅଗଷ୍ଟ ୧ରୁ ଆଧାର କାର୍ଡ ସହିତ ଭୋଟର୍ ପରିଚୟ ପତ୍ରର ସ୍ବେଚ୍ଛାକୃତ ସଂଯୋଗିକରଣ ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ, ଏହି ବ୍ୟବସ୍ଥାକୁ ବିରୋଧୀ ଦଳ ତୀବ୍ର ସମାଲୋଚନା କରି କହିଛି ଯେ, ଏହାଦ୍ବାରା ବ୍ୟକ୍ତିଗତ ତଥ୍ୟାବଳି ପ୍ରଘଟ ହୋଇଯାଇପାରେ।
Image Courtesy of The Statesmanନାମ ଗୋପନ ରଖିବାକୁ ଅନୁରୋଧ କରି ଜଣେ ସରକାରୀ ଅଧିକାରୀ କହିଛନ୍ତି, ୧,୧୯୨,୧୯୧ଟି ଡେମୋଗ୍ରାଫିକାଲି (ଜନସଂଖ୍ୟା ପରିସଂଖ୍ୟାନ ଆଧାରିତ) ଏକାପ୍ରକାରର ଏଣ୍ଟ୍ରି ଚିହ୍ନଟ କରାଯାଇଥିଲା। ସେଥିରୁ ୯୨୭,୮୫୩ଟି ଏଣ୍ଟ୍ରିକୁ ହଟାଇ ଦିଆଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀମାନେ ନିଜ ନିଜ ରାଜ୍ୟରେ ‘ଡେମୋଗ୍ରାଫିକାଲି ସିମିଲାର୍’ ଏଣ୍ଟ୍ରି ଚିହ୍ନଟ ପ୍ରକ୍ରିୟା ଚଳାଇଛନ୍ତି।
ସେହିପରି, ଭାରତର ନିର୍ବାଚନ କମିସନର୍ ଚିହ୍ନଟ କରିଥିବାଏକପ୍ରକାରର ୩୧,୮୮୯ଟି ‘ଫଟୋଗ୍ରାଫିକ୍ ଏଣ୍ଟ୍ରି’ରୁ (ସମାନ ଫଟୋ ଥିବା) ୯,୮୦୦,୪୧୨ ଏଣ୍ଟ୍ରି ଡିଲିଟ୍ କରାଯାଇଛି।
ଉଭୟ ରାଜ୍ୟ ଓ ଭାରତର ନିର୍ବାଚନ କମିସନ୍ ଏକାପ୍ରକାରର ଏଣ୍ଟ୍ରିଗୁଡ଼ିକୁ ପୁଙ୍ଖାନୁପଙ୍ଖ ଯାଞ୍ଚ କରିବା ପରେ ଯାଇ ନକଲି ଏଣ୍ଟ୍ରିଗୁଡ଼ିକୁ ହଟାଇ ଦିଆଯାଉଛି।
Follow Us