ବିଜୟ ମାଲ୍ୟାଙ୍କ ଠାରୁ ପ୍ରାୟ ୩, ୬୦୦ କୋଟି ଟଙ୍କା ଆଦାୟ ହୋଇଛି, ଆହୁରି ୧୧, ୦୦୦ କୋଟି ଟଙ୍କା ଆଦାୟ ହେବା ଆବଶ୍ୟକ : ବ୍ୟାଙ୍କ୍ ଓକିଲ

Advertisment
ବିଜୟ ମାଲ୍ୟାଙ୍କ ଠାରୁ ପ୍ରାୟ ୩, ୬୦୦ କୋଟି ଟଙ୍କା ଆଦାୟ ହୋଇଛି, ଆହୁରି ୧୧, ୦୦୦ କୋଟି ଟଙ୍କା ଆଦାୟ ହେବା ଆବଶ୍ୟକ : ବ୍ୟାଙ୍କ୍ ଓକିଲ

Image Courtesy of Zee News

ନୂଆଦିଲ୍ଲୀ: କିଙ୍ଗ୍‌ଫିସର୍‌ ଏୟାର୍‌ଲାଇନ୍‌ସ୍‌ ଲିମିଟେଡ୍‌ ଉପରେ ବକେୟା ଥିବା ଅର୍ଥ ଆଦାୟ ନିମନ୍ତେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ‘ୟୁନାଇଟେଡ୍‌ ବ୍ରିଉରିଜ୍ ହୋଲ୍‌ଡିଙ୍ଗ୍‌ସ୍‌ ଲିମିଟେଡ୍‌’କୁ (ୟୁବିଏଚ୍‌ଏଲ୍‌) ଭାଙ୍ଗିଦେବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶକୁ ଚାଲେଞ୍ଚ୍‌ କରି ଦାଏର ହୋଇଥିବା ଆବେଦନକୁ ସୋମବାର ଦିନ ସୁପ୍ରିମ୍ କୋର୍ଟ ଖାରଜ କରି ଦେଇଛନ୍ତି।

‘ୟୁବିଏଚ୍‌ଏଲ୍‌’ର ଏହି ଆବେଦନ ଉପରେ ଶୁଣାଣି କରିବାକୁ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ। ଫଳରେ ‘ୟୁବି ଗ୍ରୁପ୍’ର ୧୦୨ ବର୍ଷର ଏହି ‘ପ୍ୟାରେଣ୍ଟ୍‌ କମ୍ପାନି’କୁ ଭାଙ୍ଗିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ କାଏମ୍ ରହିଛି।

‘ଏସ୍‌ବିଆଇ’ ନେତୃତ୍ବାଧୀନ ବ୍ୟାଙ୍କସମୂହର ପ୍ରତିନିଧିତ୍ବ କରି ବରିଷ୍ଠ ଆଡ୍‌ଭୋକେଟ୍‌ ମୁକୁଲ ରୋହତଗି ଆଜି ଶୀର୍ଷ ଅଦାଲତଙ୍କୁ ସୂଚନା ଦେଇଥିଲେ ଯେ, ‘ୟୁବିଏଚ୍‌ଏଲ୍‌’ ଠାରୁ ୩, ୬୦୦ କୋଟି ଟଙ୍କା ଆଦାୟ ସରିଲାଣି, କିନ୍ତୁ ଆହୁରି ୧୧, ୦୦୦ କୋଟି ଟଙ୍କା ଅଦାୟ ହେବା ଆବଶ୍ୟକ।’

publive-image Image Courtesy of DNA India

ସେ ଯୁକ୍ତି କରିଥିଲେ ଯେ, ଋଣ ବାବଦରେ ସିକ୍ୟୁରିଟି ଦିଆଯାଇ ଥିବାରୁ ଏହି କମ୍ପାନିମାନଙ୍କର ସମ୍ପତ୍ତିକୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ ‘ଆଟାଚ୍‌’ କରିବା ଉଚିତ ନ ଥିଲା। କାରଣ, ଏହି ସମ୍ପତ୍ତି ଉପରେ ପ୍ରଥମ ଦାବି ରହିଛି ବ୍ୟାଙ୍କ୍‌ମାନଙ୍କର।

ସେପ୍ଟେମ୍ବର ୩୦ ତାରିଖ ଦିନ ସୁପ୍ରିମ୍ କୋର୍ଟଙ୍କୁ ‘ୟୁବିଏଚ୍‌ଏଲ୍‌’ କହିଥିଲା କି, ବକେୟା ବୁଝାମଣା ନିମନ୍ତେ ବିଭିନ୍ନ ବ୍ୟାଙ୍କ୍‌କୁ କମ୍ପାନି ୧୪, ୦୦୦ କୋଟି ଟଙ୍କା ଯାଚିଥି‌ଲା। ସମୁଦାୟ ଋଣ ଠାରୁ କମ୍ପାନିର ସମ୍ପତ୍ତି ଅଧିକ ବୋଲି ମଧ୍ୟ ‘ୟୁବିଏଚ୍‌ଏଲ୍‌’ ଶୀର୍ଷ ଅଦାଲତଙ୍କୁ ଜଣାଇଥିଲା।

କମ୍ପାନିର ସମ୍ପତ୍ତି ସମୁଦାୟ ଋଣ ଅର୍ଥ ଠାରୁ ଅଧିକ ହେଉଥିବାରୁ ତାହା ଭଙ୍ଗାଯାଇ ପାରିବ ନାହିଁ ବୋଲି ‘ୟୁବିଏଚ୍‌ଏଲ୍‌’ ପକ୍ଷରୁ ବରିଷ୍ଠ ଓକିଲ ସିଏସ୍‌ ବୈଦ୍ୟନାଥନ ସୁପ୍ରିମ୍ କୋର୍ଟଙ୍କୁ ଜଣାଇଥିଲେ। ସେ ମଧ୍ୟ ଦର୍ଶାଇ ଥିଲେ ଯେ, କମ୍ପାନିର ଅନେକ ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦେଶାଳୟ ‘ଆଟାଚ୍’ କରିଥିବାରୁ ବ୍ୟାଙ୍କ୍ ସେଗୁଡ଼ିକୁ ପାଇ ପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe