ନୂପୂର ଶର୍ମାଙ୍କୁ ଗିରଫ କର: ଅୱେସୀ

Advertisment
ବାବ୍ରି ମସଜିଦ ଥିଲା ଓ ରହିବ: ଓୱେସି

Free Press Journal

ହାଇଦ୍ରାବାଦ: ରସୁଲ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ରାଜସ୍ଥାନର ଉଦୟପୁରରେ ଦୁଇଜଣ ମୁସଲମାନ ଜଣେ ହିନ୍ଦୁ ଦରଜୀଙ୍କ ମୁଣ୍ଡକାଟ କଲେ। ଏହି ଘଟଣା ପରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସୀ ବୁଧବାର ନୂପୁର ଶର୍ମାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଉଦୟପୁର ହତ୍ୟାକୁ ନିନ୍ଦା କରିବା ସହ ସେ କହିଛନ୍ତି ଯେ ପୁଲିସର ଅପାରଗତା ଯୋଗୁ ଏହି ହତ୍ୟାକାଣ୍ଡ ଘଟିଲା। ପୁଲିସ ଯଦି ଅଧିକ ସତର୍କ ରହିଥାନ୍ତା ତେବେ ଏହା ଘଟି ନ ଥାନ୍ତା। ସେ ପୁଣି କହିଛନ୍ତି ଯେ ସମ୍ପ୍ରତି ମୌଳବାଦୀ କାର୍ଯ୍ୟକଳାପର ପ୍ରସାର ଘଟୁଥିବାରୁ ନୂପୁର ଶର୍ମାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe