ବିହାରର ଆଇନ ମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା, ନୀତୀଶ କହିଲେ ମୁଁ କିଛି ଜାଣିନି

Advertisment
ବିହାରର ଆଇନ ମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା, ନୀତୀଶ କହିଲେ ମୁଁ କିଛି ଜାଣିନି

Prabhat Khabar

ପାଟନା: ନୀତୀଶ କୁମାରଙ୍କ ନେତୃତ୍ବାଧୀନ ବିହାର ସରକାରରେ ନୂଆ ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ରହିଛି। ଅଗଷ୍ଟ ୧୬ ତାରିଖରେ କାର୍ତ୍ତିକେୟ ସିଂହ କୋର୍ଟରେ ହାଜର ହେବାର ଥିଲା। କିନ୍ତୁ ଏହି ସମାନ ଦିନରେ ସେ ନୀତୀଶ ସରକାରରେ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ କୌଣସି ମାମଲା ଥିବା ସଂକ୍ରାନ୍ତରେ ସେ ଜାଣିନାହାନ୍ତି। କାର୍ତ୍ତିକେୟ ସିଂହ ବିହାର ବିଧାନ ପରିଷଦର ଜଣେ ସଦସ୍ୟ। ସିଂହଙ୍କ ସମ‌େତ ମୋଟ ୧୭ ଜଣଙ୍କୁ ୨୦୧୪ ମସିହାର ଏକ ଅପରାଧ ମାମଲା‌ରେ ଅଭିଯୁକ୍ତ ଦର୍ଶାଯାଇଛି। ଜଣେ ବିଲ୍ଡରଙ୍କୁ ଅପହରଣ ପାଇଁ ସେ ଯୋଜନା କରିଥିବା ଅଭିଯୋଗ ହୋଇଛି ଏବଂ ଏନେଇ ତାଙ୍କ ବିରୋଧରେ ମାମଲା ରହିଛି। କିନ୍ତୁ ସିଂହ କହିଛନ୍ତି,ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି। ତାଙ୍କ ବିରୋଧରେ କୌଣସି ଆରେଷ୍ଟ ୱାରେଣ୍ଟ ନଥିବା‌ ସେ କହିଛନ୍ତି। ତେବେ ପାଟନା ହାଇକୋର୍ଟରେ ସିଂହଙ୍କୁ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ମିଳିଛି। ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ସିଂହଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe