Image Courtesy of Mint
ହେଗ୍ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ହେଗ୍ସ୍ଥିତ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି) ଗିରଫ ୱାରେଣ୍ଟ ଜାରି କରିଛି। ଏଥିସହିତ ରାଷ୍ଟ୍ରପତିଙ୍କ ଶିଶୁ ଅଧିକାର ସଂକ୍ରାନ୍ତ କମିସନର ମେରିଆ ଲଭରୋଭା ବେଲୋଭାଙ୍କ ବିରୋଧରେ ମଧ୍ୟ ଗିରଫ ୱାରେଣ୍ଟ ଜାରି ହୋଇଛି। ରୁଷ୍ ୟୁକ୍ରେନର ଯେଉଁସବୁ ଅଞ୍ଚଳକୁ ନିଜ ଅଧୀନକୁ ନେଇଛି ସେଠାରୁ ୟୁକ୍ରେନୀୟ ଶିଶୁମାନଙ୍କୁ ବେଆଇନ ଭାବେ ରୁଷ୍କୁ ନିର୍ବାସିତ କରିଥିବା ଅଭିଯୋଗରେ ଏହା କରାଯାଇଛି। ରୁଷ୍ ଆଇସିସିର ସଦସ୍ୟ ହୋଇ ନଥିଲେ ବି ଅଦାଲତ ପୁଟିନଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇଛି। ଅନ୍ୟପକ୍ଷରେ ଏହି ୱାରେଣ୍ଟ ଅର୍ଥହୀନ ବୋଲି ରୁଷ୍ କହିଛି।
Follow Us