ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି, ନାବାଳିକାକୁ ଯୌନ ନିର୍ଯ୍ୟାତନା ଅଭିଯୋଗ

Advertisment
ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି, ନାବାଳିକାକୁ ଯୌନ ନିର୍ଯ୍ୟାତନା ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଅସୁବିଧାରେ ପଡିଛନ୍ତି । ବେଙ୍ଗାଲୁରୁର ଏକ ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ତାଙ୍କ ବିରୋଧରେ ପୋକ୍ସୋ ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି।

ଚଳିତ ବର୍ଷ ଫେବ୍ରୁଆରି ୨ ତାରିଖରେ ୟେଦିୟୁରପ୍ପା ତାଙ୍କ ବାସଭବନରେ ସାକ୍ଷାତ ବେଳେ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମା' ଅଭିଯୋଗ କରିବାର କିଛି ମାସ ପରେ ଏହି ଘଟଣା ଘଟିଛି। ମହିଳାଙ୍କ ବୟାନକୁ ଭିତ୍ତି କରି ୟେଦିୟୁରପ୍ପାଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୫୪ଏ (ଯୌନ ଉତ୍ପୀଡ଼ନ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

ୟେଦିୟୁରପ୍ପା ଏବେ ଦିଲ୍ଲୀରେ ଅଛନ୍ତି। ୟେଦିୟୁରପ୍ପା ବିରୋଧରେ ପୋକ୍ସୋ ମାମଲାର ତଦନ୍ତ କରୁଥିବା ସିଆଇଡି  ଗିରଫ ପରୱାନା ଜାରି କରିବା ପାଇଁ କୋର୍ଟରେ ଆବେଦନ କରିଥିଲା, କୋର୍ଟଙ୍କ ସମ୍ମତି ପରେ ଗିରଫ ପରଓ୍ବାନା ଜାରି କରାଯାଇଛି । ଆବଶ୍ୟକ ପଡ଼ିଲେ ସିଆଇଡି ୟେଦୁରପ୍ପାଙ୍କୁ ଗିରଫ କରିପାରେ ବୋଲି ପୂର୍ବରୁ କର୍ଣ୍ଣାଟକ ଗୃହମନ୍ତ୍ରୀ ପୂର୍ବରୁ କହିଥିଲେ। ଜୁନ୍ ୧୨ରେ ଏହି ମାମଲାରେ ହାଜର ହେବାକୁ ସିଆଇଡି ୟେଦିୟୁରପ୍ପାଙ୍କୁ କହିଥିଲା, କିନ୍ତୁ ସେକହିଥିଲେ ଯେ ସେ ଦିଲ୍ଲୀରେ ଅଛନ୍ତି ତେଣୁ ସେ ଜୁନ୍ ୧୭ରେ ସିଆଇଡି ରେ ହାଜର ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe