ବଲିଉଡ୍‌ ଷ୍ଟାଇଲ୍‌ରେ ଗିରଫଦାରି, ଭିଆଇପି ପାସ୍‌ରେ ମହାକାଳ ମନ୍ଦିର ଯାଇଥିଲା ଦୁବେ

Advertisment
୨୩ କୋଟିର ବଙ୍ଗଳା କିଣିଥିଲା ଦୁବେ, ଅଛି ୧୧ ଘର, ୧୬ ଫ୍ଲାଟ

ନୂଆଦିଲ୍ଲୀ: କାନ୍‌ପୁର ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଆଜି ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ ହେବା କୌଣସି ବଲିଉଡ୍‌ ଫିଲ୍ମର ଦୃଶ୍ୟଠାରୁ କିଛି କମ୍‌ ନଥିଲା। ବିକାଶ ଦୁବେକୁ ଉଜ୍ଜୟିନୀର ମହାକାଳ ମନ୍ଦିରରେ ସୁରକ୍ଷାକର୍ମୀ ଚିହ୍ନଟ କରିବା ପରେ ସମଗ୍ର ଅଂଚଳ ପୁଲିସ ଛାଉଣି ପାଲଟିଯାଇଥିଲା। ରିପୋର୍ଟ ଅନୁଯାୟୀ ବିକାଶ ଦୁବେ ସକାଳ ୮ଟାରେ ମନ୍ଦିରରେ ପହଞ୍ଚିଥିଲା। ପ୍ରଥମେ ସେ ନକଲି ପରିଚୟ ଦେଇ ମନ୍ଦିର ମଧ୍ୟକୁ ପ୍ରଦେଶ କରିଥିଲା। ନବୀନ ପଲ୍‌ ନାମକ ଏକ ପରିଚୟ ପତ୍ର ଦେଖାଇ ସେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲା। ପରେ ସେ ନିଜକୁ ସୁଭମ୍‌ ବୋଲି କହିଥିଲା ଏବଂ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ୨୫୦ ଟଙ୍କା ଦେଇ ଏକ ଭିଆଇପି ଟିକଟ୍‌ ଆଣିଥିଲା ।

ସୁରକ୍ଷାକର୍ମୀଙ୍କୁ ଫାଙ୍କିବାପାଇଁ ଦୁବେ ପ୍ରଥମେ ଉଦ୍ୟମ କରିଥିବା ବେଳେ ପରେ ତା’ର ଯୋଜନା ବଦଳାଇ ନିଜେ ହିଁ ନିଜ ପରିଚୟ ପ୍ରଘଟ କରିଥିଲା। ଦୁବେ ପାଖରୁ କୌଣସି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇ ନାହିଁ। ଭାଇରାଲ୍‌ ହୋଇଥିବା ଏକ ଫଟୋରେ ଦୁବେକୁ ମନ୍ଦିର ପରିସରର ଏକ ସୋଫା ଉପରେ ବସିଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ, ଦୁବେ ବଲିଉଡ୍‌ ଷ୍ଟାଇଲ୍‌ରେ ନିଜର ଗିରଫଦାରି ରଚନା କରିଥିଲା। ପୁଲିସ ବିକାଶ ଦୁବେକୁ ଧରିବା ସମୟରେ ସେ ବଲିଉଡ୍‌ ଷ୍ଟାଇଲ୍‌ରେ କହିଥିଲା - ମେଁ ହୁଁ ବିକାଶ ଦୁବେ, କାନପୁରୱାଲା। ବିକାଶ ଦୁବେ ଅତ୍ୟନ୍ତ କୌଶଳରେ ପୁଲିସ ଗୁଳିରୁ ବର୍ତ୍ତି ଯାଇଛି। ଜୀବନ ଚାଲିଯିବା ଭୟରେ ଦୁବେ ମନ୍ଦିରକୁ ଯାଇ ଧରା ଦେବାକୁ ଯୋଜନା କରିଥିଲା। । କାରଣ ମନ୍ଦିରରେ ସେ କେବେ ବି ପୁଲିସ ଗୁଳିରେ ମରିବ ନାହିଁ ବୋଲି ନିଶ୍ଚିତ ହୋଇଥିଲା। ତେଣୁ ପୁଲିସ ନିକଟ‌ରେ ଆତ୍ମସମର୍ପଣ କରିବାପାଇଁ ଏହା ବିକାଶର ଏକ ସୁଚିନ୍ତିତ ଯୋଜନା ଥିଲା। ସେ ମହାକାଳ ମନ୍ଦିର ଯିବାପାଇଁ ଭିଆଇପି ପାସ୍‌ ବ୍ୟବହାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe