ପହଞ୍ଚିଲେ ଇସ୍ରାଏଲୀ ଶିଶୁ ମୋଶେ: ମୁମ୍ବାଇ ଆକ୍ରମଣରେ ବାପାମା’ଙ୍କୁ ହରାଇଥିଲେ

Advertisment

-ଜାନୁଆରି ୧୮ ରେ ସ୍ମାରକୀ ଉଦ୍‌ଘାଟନ କରିବେ

-ଜାନୁଆରି ୧୮ ରେ ସ୍ମାରକୀ ଉଦ୍‌ଘାଟନ କରିବେ

ପହଞ୍ଚିଲେ ଇସ୍ରାଏଲୀ ଶିଶୁ ମୋଶେ: ମୁମ୍ବାଇ ଆକ୍ରମଣରେ ବାପାମା’ଙ୍କୁ ହରାଇଥିଲେ

ଚେନ୍ନାଇ : ମୁମ୍ବାଇ ଆକ୍ରମଣରେ ବାପାମାଆଙ୍କୁ ହରାଇଥିବା ଇସ୍ରାଏଲୀ ନାବାଳକ ମୋଶେ ହୋଜବର୍ଗ ପ୍ରାୟ ନଅ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଆସିଛିନ୍ତ। ନିଜର ବାପାମା’ ଯେଉଁଠି ପ୍ରାଣ ହରାଇଥିଲେ ଆସନ୍ତା ୧୮ ତାରିଖରେ ସେହି ସ୍ଥାନ ଦେଖିବା ଲାଗି ସେ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତିି।
ସୂଚନା ଥାଉ କି, ୨୦୦୮ ନଭେମ୍ବର ୧୧ରେ ମୁମ୍ବାଇ ଅନ୍ତର୍ଗତ କୋଲାବାର ନରିମାନ ହାଉସ୍‌ ସ୍ଥିତ ଇହୁଦୀ କେନ୍ଦ୍ରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୋଶେଙ୍କ ବାପା ରାବି ଗାବ୍ରିଏଲ ଏବଂ ମା’ ରିବ୍‌କା ହୋଜବର୍ଗ ପ୍ରାଣ ହରାଇଥିଲେ। ତେବେ ନିଜ ଧାଈଙ୍କ ପାଖରେ ଥିବା ସେତେବେଳର ଶିଶୁ ମୋଶେ ଅଳ୍ପକେ ବର୍ତ୍ତିଯାଇଥିଲେ। ତେବେ ସେ ହେତୁ ପାଇବା ପରେ ନିଜ ବାପା ମା’ଙ୍କ ମୃତ୍ୟୁ ସମ୍ପର୍କରେ ଜାଣିଥିଲେ ଏବଂ ମୁମ୍ବାଇ ଆସିବାକୁ ଚାହିଥିଲେ।

୨୦୧୭ ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମୟରେ ମୋଶେଙ୍କର ଏହି ଇଚ୍ଛା ଅଧିକ ଉଜ୍ଜିବୀତ ହୋଇଥିଲା। ମୋଦି ମଧ୍ୟ ତାଙ୍କୁ ଭାରତ ଆସିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୋଶେ ଏବଂ ତାଙ୍କ ଅଜା ଆଈଙ୍କୁ ଭାରତ ଭିସା ମିଳିିବା ପରେ ସେମାନେ ଆଜି ଭାରତରେ ଆସି ପହଞ୍ଚିଛନ୍ତି। ଆସନ୍ତା ୧୮ ତାରିଖରେମୋଶେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହ ଉକ୍ତ ସ୍ଥାନ ପରିଦର୍ଶନ କରିବେ। ଏହି ଅବସରରେ ସେ ନେତାନ୍ୟାହୁଙ୍କ ସହ ୨୬/୧୧ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକୀର ମଧ୍ୟ ଉଦ୍‌ଘାଟନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe