କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଦଲ୍ଲା ଗିରଫ

ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଦଲ୍ଲାକୁ କାନାଡାରେ ଗିରଫ କରାଯାଇଛି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । କାନାଡାରେ ଏକ ସୁଟଆଉଟ ମାମଲାରେ ତାକୁ ଗିରଫ କରାଯାଇଛି । ସେ ଏବେ ଖଲିସ୍ତାନ ଟାଇଗର ଫୋର୍ସର କାମଚଳା ମୁଖ୍ୟ ଅଛି ।

arsh

ଓଟାଓ୍ବା: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଦଲ୍ଲାକୁ କାନାଡାରେ ଗିରଫ କରାଯାଇଛି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । କାନାଡାରେ ଏକ ସୁଟଆଉଟ ମାମଲାରେ ତାକୁ ଗିରଫ କରାଯାଇଛି । ସେ ଏବେ ଖଲିସ୍ତାନ ଟାଇଗର ଫୋର୍ସର କାମଚଳା ମୁଖ୍ୟ ଅଛି ।

ସୂଚନା ଅନୁଯାୟୀ, ହରଦୀପ ନିଜାରର ଘନିଷ୍ଠ ସହଯୋଗୀ ଅର୍ଶ ଦଲା (ଅର୍ଶଦୀପ ସିଂହ ଗିଲ୍)କୁ କାନାଡା ପୁଲିସ ଗିରଫ କରିଛି। ଦଲ୍ଲା ମଧ୍ୟ ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀମାନଙ୍କ ତାଲିକାରେ ସାମିଲ ଅଛି । ଭାରତୀୟ ଗୁଇନ୍ଦା ଏଜେନ୍ସି ଅନୁଯାୟୀ, ଭାରତରେ ଅନେକ ଅପରାଧିକ କାର୍ଯ୍ୟକଳାପ ପାଇଁ ୱାଣ୍ଟେଡ ଥିବା ଅର୍ଶ ଦଲ୍ଲା ତା ପତ୍ନୀ ସହ କାନାଡାରେ ରହୁଛି।

କାନାଡାର ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି, ବିଶେଷ କରି ହଲ୍ଟନ୍ ରିଜିଓନାଲ ପୋଲିସ ସର୍ଭିସ (ଏଚଆରପିଏସ) ନିକଟରେ ହୋଇଥିବା ଗୁଳିକାଣ୍ଡର ତଦନ୍ତ କରୁଛି । ରବିବାର (୧୦ ନଭେମ୍ବର ୨୦୨୪) ସକାଳେ ଫରିଦକୋଟରୁ ତାର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଗ୍ୟାଙ୍ଗଷ୍ଟର ଅର୍ଶ ଦଲ୍ଲା ନିର୍ଦ୍ଦେଶରେ ଦୁଇ ଜଣ ବନ୍ଧୁକଧାରୀ ଗ୍ୱାଲିୟରରେ ଯଶବନ୍ତ ସିଂ ଗିଲଙ୍କୁ ମଧ୍ୟ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି। ପଞ୍ଜାବ ପୁଲିସ ଡିଜିପି ଏହି ସୂଚନା ଦେଇଛନ୍ତି। 

ଗତ ସେପ୍ଟେମ୍ବର ମାସରେ ପଞ୍ଜାବର ମୋଗା ଜିଲ୍ଲାରେ କଂଗ୍ରେସ ନେତା ବଲଜିନ୍ଦର ସିଂହ ବାଲିଙ୍କ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଅର୍ଶ ଦଲ୍ଲା ଏହାର ଦାୟିତ୍ୱ ନେଇଥିଲା। ନିଜ ସେସିଆଲ ମିଡିଆ ପୋଷ୍ଟରେ ଦଲ୍ଲା କହିଥିଲା ଯେ ବାଲି ତା ଭବିଷ୍ୟତକୁ ନଷ୍ଟ କରି ଦେଇଥିଲେ ଏବଂ ତାକୁ ଅପରାଧ ଦୁନିଆକୁ ଠେଲି ଦେଇଥିଲେ। ଏହା ସହିତ ବାଲି ତା ମା'ଙ୍କୁ ପୁଲିସ ହେପାଜତରେ ରଖିଥିଲେ, ଯାହା ତାକୁ ପ୍ରତିଶୋଧ ନେବାକୁ ପ୍ରେରିତ କରିଥିଲା ବୋଲି ସେ କହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe