ପ୍ୟାରିସ ଅଲିମ୍ପିକ୍ସରୁ ଫେରିବା ପରେ ଆତଙ୍କବାଦୀ ନେତାଙ୍କୁ ଭେଟିଲେ ସ୍ବର୍ଣ୍ଣ ପଦକ ବିଜେତା ନଦୀମ

Advertisment
ପ୍ୟାରିସ ଅଲିମ୍ପିକ୍ସରୁ ଫେରିବା ପରେ ଆତଙ୍କବାଦୀ ନେତାଙ୍କୁ ଭେଟିଲେ ସ୍ବର୍ଣ୍ଣ ପଦକ ବିଜେତା ନଦୀମ

ନୂଆଦିଲ୍ଲୀ: ଅଲିମ୍ପିକ ୨୦୨୪ରେ ପାକିସ୍ତାନ ପାଇଁ ସ୍ବର୍ଣ୍ଣ ପଦକ ଜିତି ଫେରିବା ପରେ ଅର୍ଶଦ ନଦୀମ ଚର୍ଚ୍ଚାର ପରିସରରେ ରହିଛନ୍ତି। ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କୁ ମିଳୁଥିବା ଉପହାରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ନଦୀମଙ୍କ ଏକ ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି।

ଯେଉଁଥିରେ ନଦୀମଙ୍କ ସହିତ ଆତଙ୍କବାଦୀ ସଂଗଠନର ନେତା ବସିଥିବ‌ା ଦେଖିବାକୁ ମିଳୁଛି। ଏହି ଆତଙ୍କବାଦୀ ନେତାଙ୍କ ନାମ ମହମ୍ମଦ ହାରିସ ଡାର୍‌। ଯାହାଙ୍କୁ ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷିତ କରାଯାଇଛି।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛିଲୋକ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ନଦୀମଙ୍କ ଆତଙ୍କବାଦୀ ନେତାଙ୍କ ସହ ଫଟୋ ଆସିବ ନିରାଶ କରି ଦେଇଛି।’

ତେବେ ଆତଙ୍କବାଦୀ ନେତା ମହମ୍ମଦ ହାରିସ ଡାରଙ୍କୁ ନଦୀମ ଅଲିମ୍ପିକ୍ସରୁ ଫେରିବା ପରେ ଭେଟିଥିବା କୁହାଯାଉଛି। କିନ୍ତୁ ନଦୀମ ହାରିସଙ୍କୁ କେଉଁଦିନ କେତେବେଳେ ଭେଟିଛନ୍ତି ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ମହମ୍ମଦ ହାରିସ ଡାର୍‌  ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ରାଜନୈତିକ ମୋର୍ଚ୍ଚା, ମିଲି ମୁସଲିମ ଲିଗ (ଏମଏମଏଲ) ର ଜଏଣ୍ଟ ସେକ୍ରେଟାରୀ ରହିଛନ୍ତି।  ମିଲି ମୁସଲିମ ଲିଗ ହେଉଛି ହାଫିଜ ସାଇଜ ଦ୍ୱାରା ଗଠିତ ଏକ ସଂଗଠନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe