ନଦୀମଙ୍କୁ ଅଟକାଇ ଟଙ୍କା ବିଡ଼ା ଧରାଇ ଫଟୋ ଉଠାଇଲେ ଫ୍ୟାନ୍ସ

Advertisment
ନଦୀମଙ୍କୁ ଅଟକାଇ ଟଙ୍କା ବିଡ଼ା ଧରାଇ ଫଟୋ ଉଠାଇଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ପାକିସ୍ତାନର ଜାଭେଲିନ ଥ୍ରୋୟର ଅର୍ଶଦ ନଦୀମ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି। ସେ ପ୍ରଥମ ରାଉଣ୍ଡର ଦ୍ୱତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଥିଲେ ।

ଐତିହାସକ ସ୍ୱର୍ଣ୍ଣ ଜିତିବା ପରେ ଅର୍ଶଦ ନଦୀମଙ୍କ ପାଇଁ ପାକିସ୍ତାନରେ କୋଟି କୋଟି ଟଙ୍କାର ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି। ସୋସିଆଲ ମିଡିଆରେ ପାକିସ୍ତାନରୁ ଆସିଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ଅର୍ଶଦଙ୍କୁ ଟଙ୍କା ବିଡ଼ା ଧରାଇ ତାଙ୍କ ସହିତ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି।

ଏହି କ୍ରମରେ ଅର୍ଶଦ ନଦୀମଙ୍କ ଶ୍ବଶୁର ମହମ୍ମଦ ନୱାଜ ଜ୍ବାଇଁଙ୍କୁ ଏକ ମଇଁଷି ଉପହାର ‌ଦେବା କଥା କହିଥିବା ବେଳେ ପାକିସ୍ତାନୀ-ଆମେରିକୀୟ ବ୍ୟବସାୟୀ ଅଲି ଶେଖାନୀ ନଦୀମଙ୍କୁ ଅଲଟୋ କାର୍ ଦେବେ ବୋଲି ଜଣାପଡ଼ିଛି। ଏହାପରେ ଲୋକେ ନଦୀମଙ୍କ ଶ୍ବଶୁର ଓ ପାକିସ୍ତାନୀ-ଆମେରିକୀୟ ବ୍ୟବସାୟୀଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ଏହି ଖବର ସାମ୍ନାକୁ ଆସିବା ପରେ ଭାରତରେ ଅଲି ଶେଖାନୀଙ୍କୁ ଲୋକେ ଟ୍ରୋଲ କରି କହିଛନ୍ତି,‘ ସ୍ବର୍ଣ୍ଣ ଜିତି ସେ ପାକିସ୍ତାନ ପାଇଁ ଗୌରବ ଆଣିଛନ୍ତି। ତାଙ୍କୁ ଅଡି ବା ବିଏମଡବ୍ଲୁ ଦେବା କଥା। ଏଅଲଟୋ ଦେଇ ତାଙ୍କର ଅପମାନ କରାଯାଉଛି।’

ସେହିପରି ନଦୀମଙ୍କ ଶ୍ବଶୁରଙ୍କୁ ଲୋକେ ଟ୍ରୋଲ କରି କହିଛନ୍ତି,‘ସ୍ୱର୍ଣ୍ଣ  ବିଜେତା ଜ୍ବାଇଁଙ୍କୁ ଏପରି ଏକ ଉପହାର ଦେଇ ଆପଣ ଚିକିତ କରି ଦେଇଛନ୍ତି ।’

ତେବେ ନଦୀମଙ୍କ ଶ୍ବଶୁର ମଇଁଷି ଉପହାର ଦେବାକୁ ନେଇ ପ୍ରତିକ୍ରିୟା ଦେଇ କହିଥିଲେ, ‘ଆମେ ଯେଉଁ ଗ୍ରାମରେ ରହୁଛି ସେଠାରେ ମଇଁଷିକୁ ସବୁଠାରୁ ବଡ଼ ଉପହାର ଓ ସମ୍ମାନଜନକ ବୋଲି ବିବେଚନା କରାଯାଇଥାଏ। ତେଣୁ ମୁଁ ଜ୍ବାଇଁଙ୍କୁ ଏଭଳି ଉପହାର ଦେବି ବୋଲି ସ୍ଥିର କରିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe