ପ୍ରୟାଗରାଜ: ‘ରାମାୟଣ’ରେ ରାମ ଭୂମିକାରେ ଲୋକଙ୍କ ମନରେ ରାଜ୍ କରୁଥିବା ଅରୁଣ ଗୋଭିଲଙ୍କୁ ସମସ୍ତେ ଜାଣନ୍ତି। ୧୯୮୭ ମସିହାରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ମୁଖ୍ୟ ଭୂମିକା ନିଭାଇ ସେ ଘରେ ଘରେ ପରିଚିତ ପାଲଟିଥିଲେ। ଦର୍ଶକଙ୍କ ମନରେ ଆଜି ବି ସେ ଭଗବାନ ରାମଙ୍କ ପରିଚୟ ନେଇ ରହିଛନ୍ତି। ସେଥିପାଇଁ ସେ ଯୁଆଡ଼େ ବି ଯାହାନ୍ତି ତାଙ୍କୁ ରାମଙ୍କ ନାମରେ ଲୋକେ ସମ୍ବୋଧନ କରନ୍ତି। ନିକଟରେ ଅରୁଣ ଗୋଭିଲ ତାଙ୍କ ପତ୍ନୀ ଓ ପରିବାର ସହ ମହାକୁମ୍ଭ ୨୦୨୫ରେ ପହଞ୍ଚିଛନ୍ତି।
ମହାକୁମ୍ଭରେ ପହଞ୍ଚି ଅରୁଣ ଓ ତାଙ୍କ ପତ୍ନୀ ଶ୍ରୀଲେଖା ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କିଛି ଜଣଙ୍କୁ ବି ଦେଖିବାକୁ ମିଳିଛି। ଅରୁଣ ସୋସିଆଲ୍ ମିଡିଆରେ ଫଟୋ ସେୟାର କରି ସନାତ ଧର୍ମ ଓ ସଂସ୍କୃତି ବିଷୟରେ ଲେଖିଛନ୍ତି। ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ମାଆ ଗଙ୍ଗା, ଯମୁନା ଓ ସରସ୍ବତୀ ସଭିଙ୍କ କଲ୍ୟାଣ କରନ୍ତୁ ବୋଲି ସେ ଲେଖିଛନ୍ତି।
ତ୍ରିବେଣୀରେ ବୁଡ଼ ପକାଇବା ସହ ଅରୁଣ ଶ୍ରଦ୍ଧାଳୁଙ୍କ ସେବା ବି କରିଛନ୍ତି। ସେ ମହାକୁମ୍ଭକୁ ଆସିଥିବା ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିଛନ୍ତି। ଯାହାର ଭିଡିଓ ଅଭିନେତା ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି।
Follow Us