ବିଜେପିରେ ଯୋଗଦେଲେ ରାମାୟଣ ଧାରାବାହିକର ‘ରାମ’ ଅରୁଣ ଗୋଭିଲ୍

Advertisment
ବିଜେପିରେ ଯୋଗଦେଲେ ରାମାୟଣ ଧାରାବାହିକର ‘ରାମ’ ଅରୁଣ ଗୋଭିଲ୍

ନୂଆଦିଲ୍ଲୀ : ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ନୂଆଦିଲ୍ଲୀଠାରେ ଥିବା ବିଜେପି କାର୍ଯ୍ୟାଳୟଠାରେ ସେ ଦଳରେ ଯୋଗଦାନ କରିଛନ୍ତି । ବିଜେପି ମହାସଚିବ ଅରୁଣ ସିଂ ଓ ଅନ୍ୟ କେତେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ୍।

publive-image

ଆଗକୁ ୪ଟି ରାଜ୍ୟ ଓ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ଥିବାରୁ ତାଙ୍କୁ ବିଜେପି ନିର୍ବାଚନ ପ୍ରଚାରରେ ନିୟୋଜିତ କରିବାର ସମ୍ଭାବନା ରହିଛି । ବିଶେଷକରି ବିଜେପିର ହିନ୍ଦୁତ୍ବ ରାଜନୀତି ପାଇଁ ଅରୁଣ ଗୋଭିଲଙ୍କ ଯୋଗଦାନ ବେଶ ସୁହାଇବ ବୋଲି ରାଜନୈତିକ ବିଶ୍ଲେଷକ ଆକଳନ କରୁଛନ୍ତି।

ଅଶୀ ଦଶକର ଶେଷ ଭାଗରେ ଦୂରଦର୍ଶନରେ ପ୍ରସାରିତ ‘ରାମାୟଣ’ ଧାରାବାହିକରେ ରାମ ଭୂମିକାରେ ଅଭିନୟ ତାଙ୍କୁ ଭାରତର ଘରେ ଘରେ ପରିଚିତ କରାଇଥିଲା । କେବଳ ଭାରତ ନୁହେଁ, ସାରା ବିଶ୍ବରେ ସେ ଲୋକପ୍ରିୟ ହୋଇଯାଇଥିଲେ । ରାମାୟଣରେ ଅଭିନୟ କରିବା ପୂର୍ବରୁ ସେ ଲୋକପ୍ରିୟ ଧାରାବାହିକ ‘ବିକ୍ରମ ବେତାଳ’ରେ ରାଜା ବିକ୍ରମାଦିତ୍ୟ ଭାବେ ମଧ୍ୟ ଅଭିନୟ କରିଥିଲେ । ଏଥିସହ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସେ ନାୟକ ଭାବେ ଅଭିନୟ କରିଥିଲେ।

ଗତ ବର୍ଷ ଦେଶରେ ଲକଡାଉନ ବେଳେ ଦୂରଦର୍ଶନରେ ପୁଣି ଥରେ ରାମାୟଣ ପ୍ରସାରିତ ହୋଇ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe