ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଜେଟ୍‌ଲୀଙ୍କ ବଜେଟ୍‌ ଅଭିଭାଷଣ

Advertisment
ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଜେଟ୍‌ଲୀଙ୍କ ବଜେଟ୍‌ ଅଭିଭାଷଣ

ନୂଆଦିଲ୍ଲୀ: ଗୁରବାର ଦିନ ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ୨୦୧୮ ବର୍ଷର କେନ୍ଦ୍ର ବଜେଟ୍‌ ଅଭିଭାଷଣ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପ୍ରଦାନ କରିଛନ୍ତି।

ଏପରି କରିବା ଫଳରେ ଅନେକ ଦଶନ୍ଧି ଧରି ଅର୍ଥମନ୍ତ୍ରୀମାନେ କେବଳ ଇଂରାଜୀ ଭାଷାରେ କେନ୍ଦ୍ର ବଜେଟ୍‌ ଦେଇ ଆସୁଥିବା ବଜେଟ୍‌ ଅଭିଭାଷଣକୁ ଜେଟ୍‌ଲୀ ପ୍ରତିହତ କରିଛନ୍ତି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଶେଷ ବଜେଟ୍‌ ଭାଷଣକୁ ଉଭୟ ଭାଷାରେ ପ୍ରଦାନ କରିବାକୁ ସେ ସ୍ଥିର କରିଥିଲେ।

ମନମୋହନ ସିଂହ, ପି.ଚିଦାମ୍ବରମ୍‌, ଯଶୋବନ୍ତ ସିହ୍ନା ଏବଂ ଯଶୋବନ୍ତ ସିଂହ ଆଦି ଦେଶର ସବୁ ଦଳର ପୂର୍ବତନ ଅର୍ଥମନ୍ତ୍ରୀମାନେ ନିଜ ନିଜର ବଜେଟ୍‌ ଅଭିଭାଷଣରେ କେତୋଟି ଉର୍ଦ୍ଦୁ, ହିନ୍ଦୀ ବା ତାମିଲ ପଙ୍‌କ୍ତି ଛଡ଼ା ବାକି ଉପସ୍ଥାପନା ସମ୍ପୂର୍ଣ୍ଣ ଇଂରାଜୀ ଭାଷାରେ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe