ଅରୁଣ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ନେତା

Advertisment
ଅରୁଣ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ନେତା

photo-oneindia

ଭୁବନେଶ୍ବର: ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

publive-image

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଲେଖିଛନ୍ତି ଯେ ସେ ଅରୁଣ ଜେଟଲୀଙ୍କ ପରଲୋକରେ ମର୍ମାହତ। ଅରୁଣ ଜଣେ ବିଚକ୍ଷଣ ଆଇନଜୀବୀ, ସାଂସଦ ଏବଂ ଜ୍ଞାନୀ ବ୍ୟକ୍ତି ଥିଲେ। ଦେଶର ଶାସନ ବ୍ୟବସ୍ଥାକୁ ତାଙ୍କର ଯୋଗଦାନ ସୁଦୂରବିସ୍ତାରୀ।’


publive-image

ଠିକ ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି ଯେ ସେ ତାଙ୍କର ମାର୍ଗଦର୍ଶକ ,ଶିକ୍ଷକ ତଥା ଜଣେ ବନ୍ଧୁଙ୍କୁ ହରାଇଛନ୍ତି। ଅରୁଣଜୀ ଦେଶର ଜଣେ ସର୍ବୋତ୍ତମ ଅର୍ଥମନ୍ତ୍ରୀ ଥିଲେ।

ଠିକ ସେହିପରି ଅର୍ଥମନ୍ତ୍ରୀ ଭାବେ ସେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି, ତାଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାୟକ ନିଜର ଶୋକ ବାର୍ତ୍ତାରେ କହିଛନ୍ତି ‘ଦିବଙ୍ଗତ ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି । ତାଙ୍କର ବିୟୋଗରେ ଭାରତମାତା ତାର ଏକ ସୁଯୋଗ୍ୟ ସନ୍ତାନ ହରାଇଲା । ଭାରତୀୟ ଅର୍ଥନୀତିକୁ ତାଙ୍କର ଅଵଦାନ ଅବିସ୍ମରଣୀୟ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe