ଭାରତ ଫେରିଲେ ଜେଟ୍‌ଲି

Advertisment
ଭାରତ ଫେରିଲେ ଜେଟ୍‌ଲି

New Delhi: Union Finance Minister Arun Jaitley addresses the Foundation Day function of Security Printing Minting Corporation of India Limited (SPMCIL) in New Delhi on Friday. PTI Photo by Kamal Singh(PTI2_17_2017_000023B)

ନୂଆଦିଲ୍ଲୀ: ଆମେରିକାରେ କିଛି ଦିନ ଚିକିତ୍ସିତ ହେବାପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲି  ଆଜି ଭାରତ ଫେରିଛନ୍ତି। ଜେଟ୍‌ଲି   ଜାନୁଆରିରେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ ଏବଂ  ସେଠାରେ ତାଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ହୋଇଥିଲା। ଆଜି ଆମେରିକାରୁ ଫେରିବାପରେ ଜେଟ୍‌ଲି  ଟ୍ବିଟ୍‌ କରି କହିଛନ୍ତି ଯେ ଘରକୁ ଫେରିବାପାଇଁ ସେ ଉତ୍କଣ୍ଠିତ ଥିଲେ।   ଅସୁସ୍ଥତା ପାଇଁ ଜେଟ୍‌ଲି  ତାଙ୍କର ଷଷ୍ଠ ତଥା ମୋଦୀ ସରକାରଙ୍କ ଶେଷ ବଜେଟ୍‌ ଉପସ୍ଥାପନ କରିପାରିନଥି‌ଲେ। ଜେଟ୍‌ଲିଙ୍କ ଅନୁପସ୍ଥିତିରେ ଅର୍ଥ ମନ୍ତ୍ରାଳୟର ଦାୟିତ୍ବ ପିୟୂଷ ଗୋୟଲଙ୍କୁ ଦିଆଯାଇଥିଲା।   ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ  ଠିକ୍‌ ଥିଲେ ମଧ୍ୟ ତୁରନ୍ତ ସେ ପୁଣିଥରେ ଅର୍ଥ ମନ୍ତ୍ରାଳୟର ଦାୟିତ୍ବ ନେ‌ବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।  ୬୬ ବର୍ଷୀୟ ଜେଟ୍‌ଲି ଆମେରିକାରେ ଚିକିତ୍ସାଧୀନ ଥିବା ସମୟରେ ମଧ୍ୟ  ବିଭିନ୍ନ ପ୍ରସଙ୍ଗରେ  ସୋସିଆଲ ମିଡିଆ ମାଧ୍ୟମରେ ସକ୍ରିୟ ରହିଥିଲେ। ଉଲ୍ଲେଖଯୋଗ୍ୟ ୨୦୧୮  ମେ’ ୧୪ରେ ଜେଟ୍‌ଲିଙ୍କର କିଡନି ପ୍ରତିରୋପଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe