Truck Accident: ୧୦୦୦ଫୁଟ୍ ଗଭୀରକୁ ଟ୍ରକ୍ ଖସି ୧୮ଜଣ ଶ୍ରମିକଙ୍କ ମୃତ୍ୟୁ,

Advertisment

ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ଏକ ଟ୍ରକ୍ ୧୦୦୦ଫୁଟ୍ ଗଭୀରକୁ ଖସି ୧୮ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଦୁଇ ଦିନ ପର୍ଯ୍ୟନ୍ତ ଗୋପନ ରହିଥିଲା। ଜୀବିତ ରହିଥିବା ଏକ ଶ୍ରମିକ GREF କ୍ୟାମ୍ପରେ ପହଞ୍ଚି ଖବର ଦେବା ପରେ ଘଟଣାଟି ସାମ୍ନାକୁ ଆସିଛି।

ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ଏକ ଟ୍ରକ୍ ୧୦୦୦ଫୁଟ୍ ଗଭୀରକୁ ଖସି ୧୮ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଦୁଇ ଦିନ ପର୍ଯ୍ୟନ୍ତ ଗୋପନ ରହିଥିଲା। ଜୀବିତ ରହିଥିବା ଏକ ଶ୍ରମିକ GREF କ୍ୟାମ୍ପରେ ପହଞ୍ଚି ଖବର ଦେବା ପରେ ଘଟଣାଟି ସାମ୍ନାକୁ ଆସିଛି।

Truck Accident

Truck Accident In Arunachal Photograph: (sambad.in)

ଅଞ୍ଜା(ଅରୁଣାଚଳ ପ୍ରଦେଶ): ୧୦୦୦ଫୁଟ୍ ତଳକୁ ଟ୍ରକ୍ ଖସି ୧୮ମୃତ। ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଏକ ବିପଦପୂର୍ଣ୍ଣ ପାହାଡିଆ ରାସ୍ତାରୁ ଖସିପଡ଼ି ୧୦୦୦ ଫୁଟ ତଳେ ଯାଇ ପଡ଼ିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣେ ଜୀବନ ଥିବା ଜଣାପଡ଼ିଛି 

୨ଦିନ ଯାଏ ଦୁର୍ଘଟଣା ବିଷୟରେ କେହି ଜାଣିନଥିଲେ

ସୂଚନା ମୁତାବକ, ଡିସେମ୍ବର ୮ରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ଟି ୧୦୦୦ଫୁଟ୍ ଗଭୀରକୁ ଖସିପଡ଼ିଥିବାରୁ କେହି ଏ ଦୁର୍ଘଟଣା ବିଷୟରେ ଜାଣିପାରିନଥିଲେ। ଡିସେମ୍ବର ୧୦ରେ ଜୀବିତ ଥିବା ଶ୍ରମିକ Chipra GREF Campରେ ପହଞ୍ଚି ଖବର ଦେବା ପରେ ଦୁର୍ଘଟଣା ବିଷୟରେ ଜଣାପଡ଼ିଥିଲା। ଖବର ପାଇ ଏବେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ଭାରତୀୟ ସେନା, ସ୍ଥାନୀୟ ପୁଲିସ, NDRF, SDRF ଏବଂ ଜିଲ୍ଲା କର୍ତ୍ତୃପକ୍ଷ।

ନିର୍ମାଣ ସ୍ଥାନକୁ ଯାଉଥିଲେ ଶ୍ରମିକ

ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣା ଘଟିବା ସମୟରେ ସମସ୍ତ ଶ୍ରମିକମାନେ ନିର୍ମାଣ କାମ ପାଇଁ ନିର୍ମାଣ ସ୍ଥାନକୁ ଯାଉଥିଲେ। ଏହି ସମୟରେ ପାହାଡ଼ିଆ ରାସ୍ତାରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍‌ଟି ତଳକୁ ଖସିପଡ଼ିଥିଲା। ଏପର୍ଯ୍ୟନ୍ତ ୧୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କ ମୃତଦେହ ଖୋଜା ଚାଲିଛି।

ଆହୁରି ପଢ଼ନ୍ତୁ: Salt-Powered Batteries: ସଲ୍‌ଟ ବ୍ୟାଟେରି: ଏବେ ଲୁଣରେ ଚାଲିବ ମୋବାଇଲ୍‌!, ଉତ୍ପାଦନ ଆରମ୍ଭ କଲା ଜର୍ମାନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe