ଅରୁଣାଚଳ ପ୍ରଦେଶରେ ବିଜେପିକୁ ଶକ୍ତ ଧକ୍କା; ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗେଗାଙ୍ଗ ଅପାଙ୍ଗ

Advertisment
ଅରୁଣାଚଳ ପ୍ରଦେଶରେ ବିଜେପିକୁ ଶକ୍ତ ଧକ୍କା; ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗେଗାଙ୍ଗ ଅପାଙ୍ଗ

ଇଟାନଗର (ଅରୁଣାଚଳ ପ୍ରଦେଶ): ଅରୁଣାଚଳ ପ୍ରଦେଶରେ ଆଜି (ବୁଧବାର) ଭାରତୀୟ ଜନତା ପାର୍ଟି (ବିଜେପି)କୁ ଲାଗିଛି ଏକ ଶକ୍ତ ଧକ୍କା। ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଗେଗାଙ୍ଗ ଅପାଙ୍ଗ ବିଜେପିରୁ ଇସ୍ତଫା ଦେଇଛନ୍ତି। ଗେଗାଙ୍ଗ ଅପାଙ୍ଗ ବିଗତ ଛଅଟି ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହେବା ସହ ୨୩ ବର୍ଷ କାଳ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

publive-image

ତେବେ, ସାଂପ୍ରତିକ ପରିସ୍ଥିତରେ ବିଜେପି ନିଜ ନୀତି ଓ ଆଦର୍ଶରୁ ଓହରି ଯାଇଥିବା ଅଭିଯୋଗ କରିଛନ୍ତି ଗେଗାଙ୍ଗ ଅପାଙ୍ଗ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିକଟକୁ ପଠାଇଥିବା ନିଜର ଇସ୍ତଫା ପତ୍ରରେ ଶ୍ରୀ ଅପାଙ୍ଗ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନର ବିଜେପିରେ ଅଟଳ ଜୀଙ୍କ ନୀତି ଓ ଆଦର୍ଶ ଦେଖିବା ପାଇଁ ମିଳୁନାହିଁ। କିଛି ମୁଷ୍ଟିମେୟ ଲୋକ ସମଗ୍ର ଦଳକୁ କବ୍‌ଜା କରିନେବା ସହ ନିଜ ମର୍ଜିରେ ଦଳକୁ ପରିଚାଳନା କରୁଛନ୍ତି। ଏପରିସ୍ଥିତିରେ ଆଉ ଅଧିକ କାଳ ଦଳରେ ରହିବା ଦୁର୍ବିସହ ହୋଇ ପଡ଼ିଥିବାରୁ ସେ ଦଳରୁ ଇସ୍ତଫା ଦେବାକୁ ଉଚିତ ମଣୁଛନ୍ତି ବୋଲି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe