Image Courtesy of India Today
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶର ବାକି ଅଞ୍ଚଳ ସହିତ ରେଳପଥ ଯୋଗେ ଅରୁଣାଚଳ ପ୍ରଦେଶର ପର୍ଶୁରାମ କୁଣ୍ଡ ସହିତ ସଂଯୋଗ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ପର୍ଶୁରାମ କୁଣ୍ଡ ହେଉଛି ଋଷି ପର୍ଶୁରାମଙ୍କୁ ଅର୍ପିତ ହିନ୍ଦୁ ତୀର୍ଥସ୍ଥଳୀ। ଏହା ଲୋହିତ ନଦୀର ତଳମୁଣ୍ଡରେ ବ୍ରହ୍ମପୁତ୍ର ‘ପ୍ଲେଟ୍ୟୁ’ରେ ଅବସ୍ଥିତ। ଆଜି ଅମିତ ଶାହ କହିଛନ୍ତି, ରେଳପଥ ମାଧ୍ୟମରେ ଆମେ ପର୍ଶୁରାମ କୁଣ୍ଡକୁ ସଂଯୋଗ କରିବୁ। ସମଗ୍ର ଅରୁଣାଚଳ ପ୍ରଦଶେରେ ଆମେ ଅନେକ ରାସ୍ତାର ନେଟ୍ୱାର୍କ କରି ସୁଦୂର ଅଞ୍ଚଳ ସବୁକୁ ସଂଯୋଗ କରିଛୁ।
ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଅମିତ ଶାହ ଭଗବାନ ପର୍ଶୁରାମଙ୍କର ୫୧ ଫୁଟ୍ ଉଚ୍ଚ କାଂସ୍ୟ ପ୍ରତିମା ସ୍ଥାପନ ଲାଗି ଶିଳାନ୍ୟାସ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ଏବଂ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନାମସାଇ ଜିଲ୍ଲାରେ ଥିବା ‘ସ୍ବର୍ଣ୍ଣିମ ପାଗୋଡ଼ା’ ପରିଦର୍ଶନ କରିଥିଲେ।
Image Courtesy of Outlook Indiaସେଠାରେ କଂଗ୍ରେସକୁ ସମାଲୋଚନା କରି ଅମିତ ଶାହ କହିଛନ୍ତି, କଂଗ୍ରେସ ନେତାମାନେ ପଚାରୁଛନ୍ତି କେନ୍ଦ୍ରରେ ୮ ବର୍ଷର ‘ବିଜେପି’ ଶାସନରେ କ’ଣ ହୋଇଛି? ରାହୁଲ୍ ବାବୁ ତାଙ୍କ ଇଟାଲୀୟ ଚଷମା କାଢ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କଦ୍ବାରା ହୋଇଥିବା ବିକାଶମୂଳକ କାର୍ଯ୍ୟ ଦେଖନ୍ତୁ।
ସେ ମଧ୍ୟ କହିଛନ୍ତି ଯେ, ଗତ ୩ ବର୍ଷ ମଧ୍ୟରେ ୯,୬୦୦ ଉଗ୍ରବାଦୀ ଆତ୍ମସମର୍ପଣ କରି ସମାଜରେ ସ୍ବାଭାବିକ ଜୀବନଯାପନ କରୁଛନ୍ତି। ସମସ୍ତ ବିବାଦର ଅବସାନ ଘଟାଇ ଉତ୍ତରପୂର୍ବରେ ଶାନ୍ତି ସ୍ଥାପନ କରିବାକୁ ଆମ ସରକାର ଇଚ୍ଛୁକ। ଉତ୍ତରପୂର୍ବରେ ‘ବିଜେପି’ ସରକାର ଆତଙ୍କବାଦୀ କାର୍ଯ୍ୟକଳାପ ୮୯% ହ୍ରାସ କରିଛନ୍ତି।
ଏହା ବ୍ୟତିରେକେ, ଗୃହମନ୍ତ୍ରୀ ୧୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
Follow Us