ଦାସନା(ଉତ୍ତରପ୍ରଦେଶ) : କନ୍ୟା ଆରୁଷି ଏବଂ ଘେରୋଇ ସହାୟକ ହେମରାଜଙ୍କ ହତ୍ୟା ମାମଲାରୁ ନିକଟରେ ଦୋଷମୁକ୍ତ ହୋଇଥିବା ଡାକ୍ତର ଦମ୍ପତି ରାଜେଶ ତଲଓ୍ଵାର ଓ ନୂପୁର ତଲଓ୍ଵାର ଆସନ୍ତାକାଲି ଜେଲ୍ରୁ ବାହାରିବେ ବୋଲି ଆଶା କରାଯାଉଛି। ତେବେ ପ୍ରତି ୧୫ ଦିନରେ ଥରେ ସେମାନେ ଦାସନା ଜେଲ୍ ପରିଦର୍ଶନ କରି ବନ୍ଦୀମାନଙ୍କ ଦାନ୍ତ ପରୀକ୍ଷା କରିବେ ବୋଲି ଜଣାଯାଇଛି। ଦୀର୍ଘ ଚାରି ବର୍ଷ କାଳ ଉକ୍ତ ଜେଲ୍ରେ କାଳ କାଟିଥିବା ଉକ୍ତ ଦନ୍ତ ବିଶେଷଜ୍ଞ ଡାକ୍ତର ଦମ୍ପତିଙ୍କ ଚିକିତ୍ସାରେ ହଜାର ହଜାର ବନ୍ଦୀ ଏବଂ ଜେଲ୍ କର୍ମଚାରୀ ଉପକୃତ ହୋଇଛନ୍ତି। ଏପରିକି ଜେଲ୍ ପରିସରରେ ଥିବା ଡାକ୍ତରଖାନାର ଅଚଳପ୍ରାୟ ଦନ୍ତ ଚିକିତ୍ସା ବିଭାଗକୁ ସେମାନେ ପୁନର୍ଜନ୍ମ ଦେଇଥିିଲେ ବୋଲି ଜଣେ ଜେଲ କର୍ତ୍ତୃପକ୍ଷ କହିଛନ୍ତି।
ପ୍ରତି ୧୫ ଦିନରେ ଜେଲ୍ ପରିଦର୍ଶନ କରିବେ ତଲଓ୍ଵାର ଦମ୍ପତି: ବନ୍ଦୀମାନଙ୍କ ଦାନ୍ତ ପରୀକ୍ଷା କରିବେ
Advertisment
Follow Us