ଦିଲ୍ଲୀ ପରାଜୟର କାରଣ ଖୋଜୁଛି ଆପ୍, ବୈଠକ ଡାକିଲେ କେଜ୍ରିୱାଲ୍

aap postmortom

Photograph: (SAMBAD.IN)

ନୂଆଦିଲ୍ଲୀ: ପରାଜୟ ପରେ ଚାଲିଲା କାରଣ ଖୋଜା । କାହିଁକି ଦିଲ୍ଲୀ ଦଖଲ କରିପାରିଲାନି ଆମ୍ ଆଦମୀ ପାର୍ଟି ? ତାର ଗୋଟି ଗୋଟି କାରଣ ଖୋଜୁଛି ଦଳ । ଦିଲ୍ଲୀରେ ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଆଉ ବୈଠକ ଡାକିଛନ୍ତି ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ପରାଜୟର ପୋଷ୍ଟମର୍ଟମ ହେବା ସହ ପଞ୍ଜାବର ପରିସ୍ଥିତି ଉପରେ ବି ଆଲୋଚନା ହେବାର ଯୋଜନା ରହିଛି ତେଣୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସମେତ ତାଙ୍କର ମନ୍ତ୍ରୀ, ବିଧାୟକ ଏବଂ ସାଂସଦଙ୍କୁ ଡକରା ହୋଇଛି ଆଉ ସେମାନେ ଉପସ୍ଥିତ ବି ରହିଛନ୍ତି ।

ଦିଲ୍ଲୀ ବିଧାନସଭା ପ୍ରଚାରରେ ପୂରା ପଞ୍ଜାବ ଆପ୍ ସହଯୋଗ କରିଥିଲା । ପଞ୍ଜାମ ମୁଖ୍ଯମନ୍ତ୍ରୀଙ୍କ ସମେତ, ମନ୍ତ୍ରୀ, ବିଧାୟକ, ସାଂସଦ... ପ୍ରାୟ 200ରୁ ଅଧିକ ଆପ୍ କର୍ମୀ  ଦିଲ୍ଲୀରେ ପ୍ରଚାର ପାଇଁ ଡେରା ପକାଇଥିଲେ ଆଉ ସେମାନେ ହିଁ ପ୍ରଚାର ବେଳେ ଅତି ନିକଟରୁ ଦିଲ୍ଲୀର ସମସ୍ୟା ଓ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ତେଣୁ ଦିଲ୍ଲୀ ପରାଜୟର ପୋଷ୍ଟମର୍ଟମ ଯେତେବେଳେ ହେଉଛି ସେମାନଙ୍କ ମତର ଅନେକ ଆବଶ୍ୟକତା ରହୁଛି । ତେଣୁ ସେମାନଙ୍କ ମତାମତ ଲୋଡାଯାଉଛି । 

ଦିଲ୍ଲୀ ବିଧାନସଭା ତ ଆପ୍ ହାରି ସାରିଛି ତାର କାରଣ ଖୋଜି ଆଉ 5 ବର୍ଷ ପରେ ସରକାରକୁ ଫେରିବାକୁ ଚେଷ୍ଟା କରିବ । ମାତ୍ର ଏବେ ଯେଉଁଠି ଆପ୍ ସରକାର ଅଛି ସେଠି ସରକାର କେମିତି ପୁନଶ୍ଚ ଜାରି ରହିବ ସେଥିପ୍ରତି ଦଳ ଧ୍ୟାନରେ ରଖି ଆଜିର ଅ ବୈଠକ ଡାକିଛି । ତେବେ 2027ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଗୁଆ ଅଣ୍ଟା ଭିଡିଛି ଆପ୍ । ଦଳ ଭିତରେ ଥିବା ଅନ୍ତ କନ୍ଦଳ ଏବଂ ବିଧାୟକଙ୍କ ମନୋମାଳିନ୍ୟ ଯଦି ଥାଏ ଅବା ଯଦି କେଉଁ ବିଧାୟକ ସାଂସଦ ଅନ୍ୟ ଦଳର ସମ୍ପର୍କରେ ଥାଆନ୍ତି ସେମାନଙ୍କୁ କେମିତି ବୁଝାଇ ସୁଝାଇ ରଖାଯିବ ସେନେଇ କେଜ୍ରିୱାଲ ବୈଠକ ଡାକି ଚର୍ଚ୍ଚା କରିବାର ସୂଚନା ରହିଛି ।

ସେପଟେ ଦିଲ୍ଲୀରେ ପଞ୍ଜାବ ମିଟିଂକୁ ନେଇ ବିରୋଧୀ କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି । କେଜ୍ରିୱାଲ ଚୌକି ପାଇଁ ଏବେ ଦିଲ୍ଲୀରୁ ପଞ୍ଜାବ ଡେଇଁବେ ବୋଲି ଅନୁମାନ କରୁଛନ୍ତି । ବିରୋଧୀଙ୍କ କହିବା କଥା କେଜ୍ରିୱାଲ ମାନଙ୍କୁ ହଟେଇ ପଞ୍ଜାବର ମୁଖ୍ଯମନ୍ତ୍ରୀ ହୋଇପାରନ୍ତି ତେଣୁ ମାନ୍ ଶାହାଙ୍କ ଲିଙ୍କରେ ଅଛନ୍ତି । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛି ଆପ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe