ଦିଲ୍ଲୀରେ ଆପ୍‌ ୫୫ରୁ ଅଧିକ ସିଟ୍ ଜିତିବ କହି ବିରୋଧୀଙ୍କ ଟାର୍ଗେଟ ଶିକାର ହେଲେ କେଜ୍ରିୱାଲ୍‌

Advertisment

ଆସନ୍ତାକାଲି ଦିଲ୍ଲୀରେ ଭୋଟ୍ ପଡିବାକୁ ଯାଉଥିବାବେଳେ, କିଏ ସେଠାରେ ସରକାର ଗଢିବ, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଆଉ ଏହାରି ଭିତରେ ଗତକାଲି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ତାଙ୍କ ଦଳ ଏଥର ଦିଲ୍ଲୀରେ ୫୫ରୁ ଅଧିକ ସିଟ୍ ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି।

ଆସନ୍ତାକାଲି ଦିଲ୍ଲୀରେ ଭୋଟ୍ ପଡିବାକୁ ଯାଉଥିବାବେଳେ, କିଏ ସେଠାରେ ସରକାର ଗଢିବ, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଆଉ ଏହାରି ଭିତରେ ଗତକାଲି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ତାଙ୍କ ଦଳ ଏଥର ଦିଲ୍ଲୀରେ ୫୫ରୁ ଅଧିକ ସିଟ୍ ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି।

kejri

ନୂଆଦିଲ୍ଲୀ: ମାଘ ମାସର ଶୀତରେ ସରଗରମ ରହିଛି ଦିଲ୍ଲୀ ରାଜନୀତି। ଆସନ୍ତାକାଲି ଦିଲ୍ଲୀରେ ଭୋଟ୍ ପଡିବାକୁ ଯାଉଥିବାବେଳେ, କିଏ ସେଠାରେ ସରକାର ଗଢିବ, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଆଉ ଏହାରି ଭିତରେ ଗତକାଲି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ତାଙ୍କ ଦଳ ଏଥର ଦିଲ୍ଲୀରେ ୫୫ରୁ ଅଧିକ ସିଟ୍ ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି, ଯାହାକୁ ଏନେଇ ଏବେ ଆରମ୍ଭ ହୋଇଛି ରାଜନୀତି ।

କୁହାଯାଉଛି, ଦିଲ୍ଲୀରେ ସରକାର ବିରୋଧୀ ହାଓ୍ୱାକୁ ପଢିପାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ଯେଉଁ କାରଣରୁ ଏଥର ନିର୍ବାଚନରେ ତାଙ୍କର ସିଟ୍ ସଂଖ୍ୟା ପୂର୍ବ ନିର୍ବାଚନ ଅପେକ୍ଷା କମିବ ବୋଲି ସେ ଖୁଲମ୍ ଖୁଲା କହୁଛନ୍ତି । ଗତ ଦୁଇଟି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୬୦ରୁ ଅଧିକ ଆସନ ଜିତି ସରକାର ଗଢିଥିଲେ ବି, ଏଥର ଏହି ସଂଖ୍ୟା ୫୫ରେ ରହିବ ବୋଲି କେଜ୍ରିଓ୍ୱାଲ କହିବା ପରେ, ଏହାକୁ କାଉଣ୍ଟର ଆଟାକ୍ କରିଛନ୍ତି ବିଜେପି ନେତା ।

ଜାଣିରଖିବା ଉଚିତ୍ ଯେ, ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ୬୨ ଆସନ ମିଳିଥିଲା, ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ହେଲେ ଏଥର କିନ୍ତୁ ଏହି ସଂଖ୍ୟା ୫୫ ହେବ ବୋଲି ନିଜେ କହିଛନ୍ତି କେଜ୍ରିଓ୍ୱାଲ, ଖାଲି ସେତିକି ନୁହେଁ ଦିଲ୍ଲୀର ମାଆ ଭଉଣୀ ଚାହିଁଲେ ଏହି ସଂଖ୍ୟା ୬୦ ଛୁଇଁବ ବୋଲି ମଧ୍ୟ ସେ କହିଛନ୍ତି । ହେଲେ ଏହି ସଂଖ୍ୟା ଯେ, ତାଙ୍କ ପୂର୍ବ ସଂଖ୍ୟାଠୁ କମ୍, ତା ମଧ୍ୟ ସୂଚେଇ ଦେଇଛନ୍ତି କେଜ୍ରିଓ୍ୱାଲ ।

ଏହା ପୂର୍ବରୁ ମଧ୍ୟ ଏକ ନିର୍ବାଚନୀ ରାଲିରେ କେଜ୍ରିଓ୍ୱାଲ କହିଥିଲେ, ଆଜି କାଲି ଅନେକ ଲୋକ କହୁଛନ୍ତି ଯେ, ଆମ୍ ଆଦମୀ ପାର୍ଟିର ସରକାର ତ ହେବ, ହେଲେ ପୂର୍ବ ଅପେକ୍ଷା ସିଟ୍ କମ୍ ହେବ । କିଛି ଲୋକ ଆମ୍ ଆଦମୀ ପାର୍ଟି ୪୫ରୁ ୫୦ ସିଟ୍ ଜିତିବ ବୋଲି ଭବିଷ୍ୟବାଣୀ କରୁଥିବା କହିଥିଲେ କେଜ୍ରିଓ୍ୱାଲ । ତେବେ ବିଜେପି ଏଥର ଦିଲ୍ଲୀରେ ସତ୍ତାକୁ ଫେରିବାକୁ ନିଜର କଳ ବଳ କୌଶଳ ଲଗାଇ ଦେଇଛି । ଏମିତି କି, ଆପର କିଛି ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି । ତେଣୁ ଯେନ ତେନ ପ୍ରକାରେ ଏଥର ଦିଲ୍ଲୀରେ ପୁଣିଥରେ ପଦ୍ମ ଫୁଟାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା । ଏଥିପାଇଁ ଲଗାତାର୍ ରୋଡ୍ ସୋ’ଠୁ ଆରମ୍ଭ କରି, ନିର୍ବାଚନୀ ରାଲି ମଧ୍ୟ କରୁଛନ୍ତି ବିଜେପିର ତମାମ ନେତୃବୃନ୍ଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe