ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଡେନ୍‌ମାର୍କ ଗସ୍ତ ପାଇଁ ଅନୁମତି ଦେଲେ ନାହିଁ ମୋଦୀ ସରକାର

Advertisment
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଡେନ୍‌ମାର୍କ ଗସ୍ତ ପାଇଁ ଅନୁମତି ଦେଲେ ନାହିଁ ମୋଦୀ ସରକାର

News Nation

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଡେନ୍‌ମାର୍କ ଗସ୍ତ ପାଇଁ ମୋଦି ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଅନୁମତି ପ୍ରଦାନ କରି ନାହାନ୍ତି। ମୋଦି ସରକାରଙ୍କର ଏପ୍ରକାର ନିଷ୍ପତ୍ତି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ନିରାଶ ହେବାକୁ ପଡ଼ିଛି।

ଉଲ୍ଲେଖଯୋଗ୍ୟ, ଡେନ୍‌ମାର୍କର ରାଜଧାନୀ କୋପେନ୍‌ହାଗେନ୍‌ ଠାରେ ଆସନ୍ତା ୯ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜଳବାୟୁ ପରିବର୍ତ୍ତନ ଉପରେ ସି-୪୦ ସମ୍ମିଳନୀରେ ଯୋଗ ଦେବାପାଇଁ ନିମନ୍ତ୍ରଣ ଆସିଥିଲା। ଦେଶର ରାଜଧାନୀ ସହର ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ବିଶ୍ୱବ୍ୟାପି ଆଲୋଚନାର ବିଷୟ ବସ୍ତୁ ପାଲଟିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଏହି ସି-୪୦ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରା ଯାଇଥିଲା। ତେବେ, ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଡେନ୍‌ମାର୍କର ରାଜଧାନୀ କୋପେନ୍‌ହାଗେନ୍‌ ଗସ୍ତ କରିବାକୁ କେଜ୍ରିଓ୍ଵାଲ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରାଳୟକୁ ଅନୁମତି ମାଗିଥିବା ବେଳେ କେନ୍ଦ୍ର ସରକାର ତାଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe