ମୋତେ ପୁଣିଥରେ ଜେଲକୁ ଫେରିଯିବାକୁ ହେବ, ଆପଣମାନେ ଦଳକୁ ସମ୍ଭାଳି ରଖିଥିବେ

Advertisment
ମୋତେ ପୁଣିଥରେ ଜେଲକୁ ଫେରିଯିବାକୁ ହେବ, ଆପଣମାନେ ଦଳକୁ ସମ୍ଭାଳି ରଖିଥିବେ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦଳର ସମସ୍ତ ବରିଷ୍ଠ ନେତା ତଥା ବିଧାୟକଙ୍କୁ ଭେଟିଛନ୍ତି।

ଏହି ସମୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆପ ବିଧାୟକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। କେବଳ ଆମ୍ ଆଦମୀ ପାର୍ଟି ଦେଶର ଦାୟିତ୍ବ ନେବ ଦେଶକୁ ଭବିଷ୍ୟତ ଦେବ। ମୋତେ ଦ୍ୱିତୀୟଥର ତିହାର ଜେଲକୁ ଫେରିବାକୁ ପଡିବ, ଏହାପରେ ଆପଣମାନଙ୍କୁ ହିଁ ଦଳ ପରିଚାଳନା କରିବାକୁ ପଡ଼ିବ । ଭୟ କରିବେ ନାହିଁ। ଦମ୍ଭର ସହ ଆଗେଇ ଯିବେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏକ ଚମତ୍କାରଠାରୁ କମ୍ ନୁହେଁ। ଗତ କିଛି ମାସ ଧରି ଚାଲିଥିବା ଘଟଣାଗୁଡ଼ିକୁ ଦେଖିଲେ, ଲାଗୁଛି ଯେପରି ଭଗବାନ ମୋ ଦ୍ବାରା କିଛି କରିବାକୁ ଚେଷ୍ଟା କରୁଛନ୍ତି । ମୁଁ ଚିନ୍ତିତ ଥିଲି ଦିଲ୍ଲୀର ଲୋକଙ୍କ କାର୍ଯ୍ୟ କରାଯାଉଛି କି ନାହିଁ… ମୋତେ ଲାଗୁଥିଲା ଯଦି ଆମେ ଏଥିରେ ପଛରେ ରହିଥାଉ, ତେବେ ଆମେ ନେତୃତ୍ୱରେ ବି ପଛରେ ରହିବୁ, କିନ୍ତୁ ଆପଣମାନେ ଏକ ଭଲ କାମ କରିଛନ୍ତି।

ବିଜେପି ଆମ୍ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚାହୁଁଛି। ସେମାନେ ପଞ୍ଜାବ ଏବଂ ଦିଲ୍ଲୀରେ ଆପ ସରକାରକୁ ହଟାଇବାକୁ ଚାହୁଁଛନ୍ତି। ଚେଷ୍ଟା ଥିଲା ମୋତେ ଗିରଫ ପରେ ସରକାରକୁ ଭାଙ୍ଗି ଦେବେ।କିନ୍ତୁ ଗିରଫ ପରେ ଆମ ଦଳ ଅଧିକ ଶକ୍ତିଶାଳୀ ହୋଇଉଠିଲା। ଆପଣମାନେ ଏଥିପାଇଁ ସର୍ବାଧିକ ଅଭିନନ୍ଦନ ପାଇବାକୁ ଯୋଗ୍ୟ ଅଟନ୍ତି ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe