ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ମିଳିଲା ଜାମିନ୍‌

Advertisment

ମଦ ନୀତି ମାମଲାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ପୂର୍ବରୁ ଇଡି ଗିରଫ କରିଥିବା ମାମଲାରେ ଜାମିନ୍‌ ମିଳି ସାରିଥିବା ବେଳେ ସିବିଆଇର ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟର ଦୁଆରେ ପହଞ୍ଚିଥିଲେ କେଜ୍ରିୱାଲ୍‌।

Updated On

ମଦ ନୀତି ମାମଲାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ପୂର୍ବରୁ ଇଡି ଗିରଫ କରିଥିବା ମାମଲାରେ ଜାମିନ୍‌ ମିଳି ସାରିଥିବା ବେଳେ ସିବିଆଇର ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟର ଦୁଆରେ ପହଞ୍ଚିଥିଲେ କେଜ୍ରିୱାଲ୍‌।

ଅଦ୍ୟତନ ହୋଇଛି
www.indiatoday.in

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ଗିରଫ କରିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ପୂର୍ବରୁ ଇଡି ଗିରଫ କରିଥିବା ମାମଲାରେ ଜାମିନ୍‌ ମିଳି ସାରିଥିବା ବେଳେ ସିବିଆରର ଗିରଫଦାରୀକୁ ନେଇ ସୁପ୍ରିମ୍‌କୋର୍ଟର ଦୁଆରେ ପହଞ୍ଚିଥିଲେ କେଜ୍ରିୱାଲ୍‌। ଏବେ ତାଙ୍କୁ ଜାମିନ୍‌ ମିଳିବା ପରେ ଦୀର୍ଘ ମାସ ପରେ ସେ ଜେଲ୍‌ରୁ ବାହାରିବେ। ଉଭୟ ବିଚାରପତି ବିଚାର ପ୍ରଦାନ କରି ତାଙ୍କ ଜାମିନ୍‌ ମଞ୍ଜୁର କରିଛନ୍ତି।

ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ପ୍ରଥମେ ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା। ଜୁନ୍ ୨୬ ରେ ସେ ଇଡି ହେପାଜତରେ ଥିବାବେଳେ ତାଙ୍କୁ ସିବିଆଇ ଗିରଫ କରିଥିଲା।

ସପ୍ତାହ ପରେ, ଜୁଲାଇ ୧୨ ତାରିଖରେ କେଜ୍ରିୱାଲଙ୍କୁ ଇଡି ମାମଲାରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ତେବେ ସିବିଆଇ ଗିରଫଦାରୀ ହେତୁ ସେ ତିହାର ଜେଲରେ ରହିଥିଲେ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ଆଜି ସକାଳ ସମୟରେ ଏହି ରାୟ ପ୍ରକାଶ ପାଇଛି। ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। 

ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ଆଜି ସକାଳ ୧୦.୩୦ ସମୟରେ ଏହି ରାୟ ପ୍ରକାଶ ପାଇବ। ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe