ଯଦି ‘ୟୁନିଫର୍ମ ସିଭିଲ୍‌ କୋଡ’ ଲାଗୁ କରିବାର ଅଛି ତ ବି‌ଜେପି ସାରା ଦେଶରେ କରୁ: କେଜ୍ରିୱାଲ୍‌

ବଢିଲା କେଜ୍ରିଓ୍ବାଲଙ୍କ ଅଡ଼ୁଆ, ଦଳ ପାଇଁ ବିଦେଶରୁ ପାଣ୍ଠି ସଂଗ୍ରହ ଅଭିଯୋଗ ଆଣିଲା ଇଡି

Image Courtesy of India Today

ଗାନ୍ଧୀନଗର: ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାଂଘଭୀ ଶନିବାର ଘୋଷଣା କରିଥିଲେ ଯେ ରାଜ୍ୟରେ ୟୁନିଫର୍ମ ସିଭିଲ୍‌ କୋଡ(ୟୁସିସି) ଲାଗୁ କରିବାକୁ କେନ୍ଦ୍ର ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ନେଇ‌ ବିଜେପିକକୁ ଟାର୍ଗେଟ କରିଛନ୍ତି ଦିଳ୍ଳୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌। ସେ ଏହି ପ୍ରସଂଗରେ ପ୍ରଶ୍ନ କରି ପଚାରିଛନ୍ତି ଯେ ‘କାହିଁକି ବିଜେପି ଦେଶରେ ୟୁନିଫର୍ମ ଲାଗୁ କରୁନାହିଁ?’

ବିଜେପିର ଉଦେଶ୍ୟ ଖରାପ। ସମ୍ବିଧାନର ଧାରା ୪୪ରେ ସ୍ପଷ୍ଟ ଭାବେ ଉଲ୍ଳେଖ କରାଯାଇଛି ଯେ ୟୁସିସି ଲାଗୁ କରିବା କେନ୍ଦ୍ରର ଦାୟିତ୍ବ। ଏଣୁ ସରକାରଙ୍କୁ ୟୁନିଫର୍ମ ସିଭିଲ୍‌ କୋଡ(ୟୁସିସି) ଲାଗୁ କରିବା ଉଚିିତ। ସବୁ ସଂପ୍ରଦାୟର ଲୋକଙ୍କ ମତ ଓ ଅନୁମତି ସହ ଏହି ନିଷ୍ପତ୍ତି କରାଯିବା ଉଚିତ।

ବଜେପି ଉତ୍ତରାଖଣ୍ଡ ନିର୍ବାଚନ ବେଳକୁ ଏକ ସମିତି ଗଠନ କରିଥିଲା। ନିର୍ବାଚନ ସରିବା ପରେ ସେ ସମିତିକୁ ନିଜ ଘରକୁ ‌ନେଇ ପଳେଇଲା। ଏବେ ଗୁଜୁରାଟ ନିର୍ବାଚନର ୩ ଦିନ ପୂର୍ବରୁ ଏକ ସମିତି ଗଠନ କରିଛି। ଗୁଜୁରାଟ ନିର୍ବାଚନ ସରିବା ପରେ ବି ସେ ସମିତିକୁୁ ନେଇ ଘରକୁ ପଳାଇବ। ମଧ୍ୟପ୍ରଦେଶରେ, ଉତ୍ତର ପ୍ରଦେଶରେ କାହଁକି ସମିତି ଗଠନ କରୁନି। ଯଦି ୟୁନିଫର୍ମ ସିଭିଲ୍‌ କୋଡ ଲାଗୁ କରିବାର ଅଛି ତ ପୂରା ଦେଶରେ କାହିଁକି ଲାଗୁ କରୁନାହିଁ। ବିଜେପି ଏପରି କେବଳ ନିର୍ବାଚନ ଜିତିବା ପାଇଁ କରୁଛି ବୋଲି ଅରବିନ୍ଦ କେଜ୍ରିୱାଲ୍‌ ଭାବନଗରର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe