ସ୍ବାତୀ ମାଲିୱାଲଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

Advertisment
ସ୍ବାତୀ ମାଲିୱାଲଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କ ଅଭିଯୋଗକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି।

ଅରବିନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି, ‘କୋର୍ଟରେ ଏହି ମାମଲା ଚାଲିଛି ଏବଂ ମୋର ମନ୍ତବ୍ୟ ତଦନ୍ତ ଉପରେ ପ୍ରଭାବ ପକାଇପାରେ। କିନ୍ତୁ ମୁଁ ଆଶା କରୁଛି ଯେ ଏହାର ଉଚିତ ଅନୁସନ୍ଧାନ ହେବ। ପୁଲିସ ଉଭୟ ଦିଗକୁ ନିରପେକ୍ଷ ଭାବରେ ଅନୁସନ୍ଧାନ କରିବ ଏବଂ ଉଚିତ ନ୍ୟାୟ ପ୍ରଦାନ କରିବ।।

ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀତୀ ମାଲିୱାଲ ମଇ ୧୩ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯାଇଥିଲେ। ଏହି ସମୟରେ ଅରବିନ୍ଦ ସହାୟକ ବିଭବ କୁମାର ତାଙ୍କୁ ମାଡ ମାରିବା ସହିତ ଅସଭ୍ୟ ଭାଷାରେ ଗାଳି କରିବା ନେଇ ସ୍ବାତୀ ଅଭିଯୋଗ କରିଥିଲେ। ସ୍ବାତୀଙ୍କ ଏହି ଅଭିଯୋଗକୁ କେନ୍ଦ୍ର କରି  ପୁଲିସ ବିଭବ କୁମାରଙ୍କୁ ଗିରଫ କରିଥିଲା।

ଆମ୍ ଆଦମୀ ପାର୍ଟି ଦାବି କରି କହିଛି ଯେ ସ୍ବାତୀ ମାଲିୱାଲ ବିଜେପିର ଷଡଯନ୍ତ୍ରରେ ସାମିଲ ହୋଇଛନ୍ତି। ମିଥ୍ୟା ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜଡିତ କରିବା ହେଉଛି ମାଲିୱାଲଙ୍କ ଉଦ୍ଦେଶ୍ୟ ।

ଅରବିନ୍ଦ କେଜ୍ରିୱାଲ ବିଭବ କୁମାରଙ୍କ ଗିରଫଦାରୀକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ‘ବିଜେପି ଆମର ସମସ୍ତ ନେତାଙ୍କୁ ଜେଲକୁ ପଠାଇବାକୁ ଚାହୁଁଛି। ଯାହା ଦ୍ବାରା ସେମାନେ ଆମ୍ ଆଦମୀ ପାର୍ଟି (ଆପ୍) କୁ ଧ୍ୱଂସ କରିପାରିବେ। କିନ୍ତୁ ଗୋଟିଏ ପରେ ଗୋଟିଏ ତାଙ୍କର ସମସ୍ତ ଯୋଜନା ପଣ୍ଡ ହୋଇଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe