ଦିଲ୍ଲୀରେ ‘ପଞ୍ଜାବ’ ବୈଠକ: ଦିଲ୍ଲୀ ବାଜି ହାରିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅରବିନ୍ଦ କେଜ୍ରିୱାଲ୍ !

kejriwal-maan

Photograph: (SAMBAD.IN)

ନୂଆଦିଲ୍ଲୀ: ବଦଳିପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଭଗୱନ୍ତ ମାନଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ବାଜି ହାରିବା ପରେ ଏବେ ସିଏମ ସ୍ବପ୍ନ ପୂରା କରିବାକୁ ଦିଲ୍ଲୀରୁ ପଞ୍ଜାବକୁ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ୍ ଆଉ ଏଥିପାଇଁ ବି କସରତ ଆରମ୍ଭ କରିଦେଇଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ପଞ୍ଜାବ ବିଜେପି ।

କେଜ୍ରିୱାଲ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ନେଇ ଷଡଯନ୍ତ୍ର କରୁଥିବା ବିଜେପିର ଚର୍ଚ୍ଚାକୁ ଅଧିକ ଫର୍ଚ୍ଚା କରିଛି ଦିଲ୍ଲୀରେ ବସିଥିବା ଆପ୍ ର ବୈଠକ । କେଜ୍ରିୱାଲ୍ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ଡାକିଛନ୍ତି ଏବଂ ଆଲୋଚନା କରୁଛନ୍ତି । ଦିଲ୍ଲୀ ପରାଜୟର କାରଣ ଖୋଜିବାକୁ ଏହି ବୈଠକ ହେଉଥିବା ଆପ୍ ପକ୍ଷରୁ କୁହାଯାଇଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ପଞ୍ଜାବରେ ମାନଙ୍କୁ ହଟାଇ ନିଜେ କେଜ୍ରିୱାଲ୍ ମୁଖିଆ ହେବାକୁ ମସୁଧା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । 

aap postmortom
Photograph: (SAMBAD.IN)

ତେବେ ବିଜେପି ନେତା ମନଜିନ୍ଦର ସିଂହ ଶୀର୍ଷା କହିଛନ୍ତି, ଦିଲ୍ଲୀରେ ଧରାଶାୟୀ ହେବା ପରେ କେଜ୍ରିୱାଲ୍ ଏବେ ପଞ୍ଜାବକୁ ଧ୍ବଂସ କରିବାକୁ ଆସୁଛନ୍ତି ଆଉ ସେ ଭଗୱନ୍ତ ମାନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି । ପଞ୍ଜାବରେ ନିଶା କାରବାରରେ ରୋକ୍ ନଲାଗିବା, ଆଇନ ଶୃଙ୍ଖଳା ବିଗିଡିବା ଏବଂ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୃତି ପାଳନ କରିପାରିନଥିବା ଭଳି ଅନେକ ଅଭିଯୋଗ ଆଣି କେଜ୍ରିୱାଲ୍ ଭବୱନ୍ତଙ୍କୁ ଅସମର୍ଥ କହି ତାଙ୍କ ଠାରୁ ଚୌକି ଛଡାଇପାରନ୍ତି । ଆଉ ନିଜେ ମୁଖ୍ୟମନ୍ତ୍ରୀ ହେଇପାରନ୍ତି । କିନ୍ତୁ କେଜ୍ରିୱାଲ୍ ମନେରଖିବା ଦରକାର ଦିଲ୍ଲୀରେ ଲୋକେ ଯେମିତି ଜବାବ ଦେଲେ ପଞ୍ଜାବବାସୀ ବି ତାଙ୍କୁ ସେମିତି ଜବାବ ଦେବେ । ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ନେଇ କେଜ୍ରିୱାଲ୍ ଦେଖୁଥିବା ଦିବାସ୍ବପ୍ନ ବନ୍ଦ କରନ୍ତୁ ବୋଲି କଟାକ୍ଷ କରିଛନ୍ତି ବିଜେପି ନେତା । 

ତେବେ ସେପଟେ ଆଜି ଦିଲ୍ଲୀରେ ପଞ୍ଜାବ ଆପକୁ ନେଇ ବୈଠକ ଜାରି ରହିଛି । ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସେଠି ଯେମିତି ଦିଲ୍ଲୀ ପରିସ୍ଥିତି ନହୁଏ ତେଣୁ ଆଗୁଆ ଅଣ୍ଟା ଭିଡିଛି ଆପ୍ । ଦଳ ଭିତରେ ଥିବା ଅନ୍ତ କନ୍ଦଳ ଏବଂ ବିଧାୟକଙ୍କ ମନୋମାଳିନ୍ୟ ଯଦି ଥାଏ ଅବା ଯଦି କେଉଁ ବିଧାୟକ ସାଂସଦ ଅନ୍ୟ ଦଳର ସମ୍ପର୍କରେ ଥାଆନ୍ତି ସେମାନଙ୍କୁ କେମିତି ବୁଝାଇ ସୁଝାଇ ରଖାଯିବ ସେନେଇ କେଜ୍ରିୱାଲ ବୈଠକ ଡାକି ଚର୍ଚ୍ଚା କରୁଥିବା ସୂଚନା ରହିଛି । ଏହି ବୈଠକକୁ ରାଜନୀତିର ରୁଟି ସେକି ବିରୋଧୀ ଭିନ୍ନ ଭିନ୍ନ ମତ ଦେଉଥିବା ଆପ୍ ପକ୍ଷରୁ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe