Advertisment

ଇସ୍ତାହାରରେ ୧୫ଟି ଗ୍ୟାରେଣ୍ଟି ଦେଲେ କେଜ୍ରିୱାଲ୍‌

Advertisment

ଆଗକୁ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ଦଳ ଆମ ଆଦମୀ ପାର୍ଟି (ଆପ୍‌) ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ଏହି ଇସ୍ତାହାରରେ କେଜ୍ରିୱାଲ୍‌ ୧୫ଟି ଗ୍ୟାରେଣ୍ଟି ଉଲ୍ଲେଖ କରିଛନ୍ତି।

ଆଗକୁ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ଦଳ ଆମ ଆଦମୀ ପାର୍ଟି (ଆପ୍‌) ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ଏହି ଇସ୍ତାହାରରେ କେଜ୍ରିୱାଲ୍‌ ୧୫ଟି ଗ୍ୟାରେଣ୍ଟି ଉଲ୍ଲେଖ କରିଛନ୍ତି।

www.indiatoday.in

ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ଦଳ ଆମ ଆଦମୀ ପାର୍ଟି (ଆପ୍‌) ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ଏହି ଇସ୍ତାହାରରେ କେଜ୍ରିୱାଲ୍‌ ୧୫ଟି ଗ୍ୟାରେଣ୍ଟି ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରେ ଚାକିରି, ୨୪ ଘଣ୍ଟା ପାଣି ଯୋଗାଣ, ସ୍ୱଚ୍ଛ ଯମୁନା ଆଦି ରହିଛି।

କେଜ୍ରିୱାଲ୍‌ ଦିଲ୍ଲୀରେ ଏକ ରାଲିରେ ବିଜେପିକୁ କଟାକ୍ଷ କରି ଆହୁରି ମଧ୍ୟ କହିଛନ୍ତି ଯେ "ଏହା କେଜରିୱାଲଙ୍କ ଗ୍ୟାରେଣ୍ଟି, ମୋଦୀଙ୍କ 'ନକଲି' ଗ୍ୟାରେଣ୍ଟି ନୁହେଁ।’’ ଇସ୍ତାହାରରେ ସାମାଜିକ କଲ୍ୟାଣ ଯୋଜନା, ନିଯୁକ୍ତି ସୃଷ୍ଟି ଏବଂ ସାର୍ବଜନୀନ ସେବାରେ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଛି। 

କେଜ୍ରିୱାଲଙ୍କ ମତରେ ପ୍ରଥମ ଗ୍ୟାରେଣ୍ଟି ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ। କେଜ୍ରିୱାଲ୍‌ ଦର୍ଶାଇଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ବେରୋଜଗାର ସଂଖ୍ୟା ମାତ୍ର ୨ ପ୍ରତିଶତ। ଯାହାକି କେନ୍ଦ୍ରର ୬ ପ୍ରତିଶତଠାରୁ ଯଥେଷ୍ଟ କମ୍। 

 "ମୁଁ ଚାହୁଁଛି ଦିଲ୍ଲୀରେ କେହି ବେକାର ନ ରୁହନ୍ତୁ। ଯେତେବେଳେ ଆମର ପିଲାମାନେ ପାଠପଢ଼ନ୍ତି ଏବଂ କାମ ପାଇପାରନ୍ତି ନାହିଁ, ତାହା ବହୁତ କଷ୍ଟକର’’ ବୋଲି କେଜ୍ରିୱାଲ୍‌ କହିଛନ୍ତି। 

ଯମୁନାକୁ ସଫା କରିବାରେ ବିଫଳ ହୋଇଥିବା ସ୍ୱୀକାର କରିବା ସହିତ କେଜ୍ରିୱାଲ ପ୍ରତିଜ୍ଞା କରିଛନ୍ତି ଯେ ନିର୍ବାଚିତ ହେଲେ ସେ ଆଗାମୀ ବର୍ଷଗୁଡ଼ିକରେ ନଦୀକୁ ସଫା କରିବେ।

ଆମ୍ବେଦକର ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିବାର ପ୍ରତିଶ୍ରୁତି ଦେଇ, ଆପ ସୁପ୍ରିମୋ କହିଛନ୍ତି ଯେ " ଏହି ବୃତ୍ତି ଯେକୌଣସି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଚାହୁଁଥିବା ଦଳିତ ଛାତ୍ରଙ୍କ ଶିକ୍ଷା, ଯାତ୍ରା ଏବଂ ରହିବା ଖର୍ଚ୍ଚ ବହନ କରିବ।"

ସେ ଛାତ୍ରଛାତ୍ରୀମାନଙ୍କ ପାଇଁ ବସ୍ ଯାତ୍ରା ମାଗଣା କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଦଳ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛି। ଯେଉଁଥିରେ ଯୋଗ୍ୟ ମହିଳାଙ୍କୁ ୨,୧୦୦ ଟଙ୍କା ପ୍ରଦାନ କରାଯିବ।

୬୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ଦଳ ସଞ୍ଜୀବନୀ ଯୋଜନା ପ୍ରଣୟନ କରିବ। ଯାହା ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧାର ସୁନିଶ୍ଚିତତା ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe