ସୋଫା ବିକ୍ରି କରିବାକୁ ଯାଇ ଠକାମିରେ ପଡ଼ିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କ ଝିଅ ହର୍ଷିତ‌ା, ଆକାଉଣ୍ଟରୁ କଟିଲା ୩୪,୦୦୦ଟଙ୍କା

ସୋଫା ବିକ୍ରି କରିବାକୁ ଯାଇ ଠକାମିରେ ପଡ଼ିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କ ଝିଅ ହର୍ଷିତ‌ା, ଆକାଉଣ୍ଟରୁ କଟିଲା ୩୪,୦୦୦ଟଙ୍କା

ନୂଆଦିଲ୍ଲୀ: ଅନଲାଇନ ଠକେଇର ଶିକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ। ବ୍ୟବହାର ହୋଇସାରିଥିବା ସୋଫା ସେଟକୁ ବିକ୍ରି କରିବାକୁ ଯାଇ ୩୪,୦୦୦ଟଙ୍କା ହରାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ ହର୍ଷିତା କେଜ୍ରିୱାଲ। ସୂତ୍ରରୁ ଜଣାପଡ଼ିଛି ଯେ ସାଇବର ଠକ ବିଶ୍ବାସ ଜିତିବା ପାଇଁ ପ୍ରଥମେ ହର୍ଷିତାଙ୍କ ଆକାଉଣ୍ଟକୁୁ କିଛି ଟଙ୍କା ପଠାଇଥିଲେ। ପରେ, ହର୍ଷିତାଙ୍କ ନିକଟକୁ ପଠାଯାଇଥିବା ଏକ କଠିନ କ୍ୟୁଆର କୋଡ୍ ବ୍ୟବହାର କରି ଅଭିଯୁକ୍ତ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ।

publive-image ndtv

ସିଭିଲ୍ ଲାଇନ୍ ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ଦାୟର କରାଯାଇଛି ଏବଂ ପୁଲିସ ଏହାର ତଦନ୍ତ କରୁଛି ବୋଲି ସୂତ୍ରରୁ ପ୍ରକାଶ। ଚାଷୀ ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ଝିଅର ଆକାଉଣ୍ଟରୁ ଟଙ୍କା ଚୋରି ହେବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ମୁଖ୍ୟମନ୍ତ୍ରୀଙ୍କ ଝିଅର ଆକାଉଣ୍ଟର ୩୪,୦୦୦ଟଙ୍କା ଚୋରି ହେବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡିଆରେ ଏନେଇ ଅରବିନ୍ଦ କେଜ୍ରିୱାଲ ଟ୍ରୋଲିଂର ଶିକାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe