ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଘର ଭଙ୍ଗାରୁଜା ମାମଲା: ୮ଜଣ ଗିରଫ

Advertisment
ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଘର ଭଙ୍ଗାରୁଜା ମାମଲା: ୮ଜଣ ଗିରଫ

Image Courtesy of India Today

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନରେ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ୮ଜଣ ବ୍ୟକ୍ତିଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି। ଏଥିରେ ଜଡ଼ିତ ଥିବା ଆହୁରି କିଛି ବ୍ୟକ୍ତିଙ୍କୁ ପୁଲିସ ଖୋଜୁଛି। ଏଥିପାଇଁ ଦିଲ୍ଲୀ ପୁଲିସର ୬ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ଥିବା ସିସିଟିଭି କ୍ୟାମେରା ସବୁ ଭଙ୍ଗା ଯାଇଥିଲା। କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ନିରାପତ୍ତା ବ୍ୟାରିୟର୍‌କୁ ମଧ୍ୟ ଟପି ଯାଇଥିଲେ।

‘ଦି କଶ୍ମୀର ଫାଇଲ୍‌ସ୍’ର ପ୍ରଚାର କରୁଛି କହି ଦିଲ୍ଲୀ ବିଧାନସଭାରେ ପ୍ରଦାନ କରିଥିବା ଭାଷଣରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ୍‌ ‘ବିଜେପି’କୁ ତୀବ୍ର ସମାଲୋଚନା କରିଥିଲେ।

publive-image Image Courtesy of India TV

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ‘ବିଜେପି’ ଉପରେ ଦୋଷାରୋପ କରି କହିଥିଲେ ଯେ, ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା କରାଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି।

ଅନ୍ୟତମ ‘ଆପ୍‌’ ନେତା ସୌରଭ ଭରଦ୍ବାଜ ମଧ୍ୟ ଦାବି କରିଥିଲେ ଯେ, ‘ବିଜେପି’ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ କରୁଛି।

ଉଲ୍ଲେଖଯୋଗ୍ୟ, ‘ଦି କଶ୍ମୀର ଫାଇଲ୍‌ସ୍‌’ ଉପରେ କେଜ୍ରିୱାଲ୍‌ ଦେଇଥିବା ମନ୍ତବ୍ୟ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ଲାଗି ବୁଧବାର ଦିନ ପ୍ରାୟ ‘ଭାରତୀୟ ଜନତା ଯୁବ ମୋର୍ଚ୍ଚା’ର ପ୍ରାୟ ୨୦୦ କର୍ମୀ ‘ଆଇପି କଲେଜ୍‌’ ନିକଟ ଲିଙ୍କ୍‌ ରୋଡ୍‌ରେ ଥିବା କେଜ୍ରିୱାଲ୍‌ଙ୍କ ବାସଭବନ ବାହାରେ ଏକତ୍ର ହୋଇଥିଲେ।

ପୁଲିସ କହିବା ଅନୁସାରେ, ଘଟଣା ସମୟରେ କେଜ୍ରିୱାଲ୍‌ ଘରେ ଉପସ୍ଥିତ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe