ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା: ଆତିଶୀ ହେବେ ନୂଆ ମୁଖ୍ୟମନ୍ତ୍ରୀ

Advertisment

ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ଅପରାହ୍ନ ପ୍ରାୟ ୪.୩୦ ସମୟରେ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ଅପରାହ୍ନ ପ୍ରାୟ ୪.୩୦ ସମୟରେ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

fhsfhfsh

ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ଅପରାହ୍ନ ପ୍ରାୟ ୪.୩୦ ସମୟରେ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। କେଜ୍ରିୱାଲଙ୍କ ସହିତ କ୍ୟାବିନେଟ୍‌ ସହକର୍ମୀ ସୌରଭ ଭରଦ୍ବାଜ ଏବଂ ଆପ୍‌ ନେତ୍ରୀ ତଥା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ଏହି ସମୟ‌ରେ ଉପସ୍ଥିତ ଥିଲେ। କେଜ୍ରିୱାଲଙ୍କ ଇସ୍ତଫା ସଂକ୍ରାନ୍ତରେ ସ୍ପଷ୍ଟ କରି ଆପ୍‌ ନେତା ଗୋପାଳ ରାୟ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ତାଙ୍କ ଇସ୍ତଫାପତ୍ର ଦାଖଲ କରିଛନ୍ତି ଏବଂ ସମସ୍ତ ବିଧାୟକ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି।

ଆତିଶୀ ମଧ୍ୟ ଉପରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଉପରାଜ୍ୟପାଳଙ୍କୁ ଭେଟିବାପରେ ଆତିଶୀ ଗଣମାଧ୍ୟମରେ ଟିପ୍ପଣୀ ରଖି କହିଛନ୍ତି, ବିଶ୍ବର ଗାଣତାନ୍ତ୍ରିକ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା ଯେଉଁଠାରେ ଜଣେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଉଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ତାଙ୍କ ପାଇଁ ଯ‌ଥେଷ୍ଟ ନୁହେଁ। ଲୋକଙ୍କର ଅଦାଲତ ଯେପର୍ଯ୍ୟନ୍ତ ରାୟ ଶୁଣାଇନାହାନ୍ତି ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଆତିଶୀ କହିଛନ୍ତି, ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜ୍ରିୱାଲଜୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ଏବଂ ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ସେମାନେ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। କେଜ୍ରିୱାଲଙ୍କ ଇସ୍ତଫା ପାଇଁ ସମଗ୍ର ଦିଲ୍ଲୀ ଏବେ ଦୁଃଖିତ। ଉଭୟ ଦଳ ଏବଂ ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଆତିଶୀ କହିଛନ୍ତି, ନିର୍ବାଚନ ନହେବା ପର୍ଯ୍ୟନ୍ତ ଆମେ ଦିଲ୍ଲୀରେ ନୂଆ ସରକାର ଗଠନ ପାଇଁ ଦାବି କରୁଛୁ। ମୁଁ ଦିଲ୍ଲୀର ଦେଖାଶୁଣା କରିବି। 

ଆଜି ବିଧାୟକ ଦଳ ବୈଠକରେ ଆପ୍‌ ସୁପ୍ରିମୋ କେଜ୍ରିୱାଲ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁ ପ୍ରସ୍ତାବ ଦେଇଥି‌ଲେ ଏବଂ ଏହାକୁ ସମସ୍ତ ଆପ୍‌ ବିଧାୟକ ସର୍ବସମ୍ମତି କ୍ରମେ ଗ୍ରହଣ କରିନେଇଥିଲେ। ମିଳିଥିବା ସୂଚନାନୁଯାୟୀ ନୂଆ ସରକାରରେ କେହି ବି ଉପମୁଖ୍ୟମନ୍ତ୍ରୀ ରହିବେନି। କାଲ୍‌କାଜୀ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଥିବା ଆତିଶୀ ସେପ୍ଟେମ୍ବର ୨୬-୨୭ ତାରିଖରେ ସ୍ବତନ୍ତ୍ର ଅଧିବେଶନ ସମୟରେ ଶପଥ ନେବେ ବୋଲି ଜଣାପଡ଼ିଛି। ଆତିଶୀଙ୍କ ନୂଆ ଦାୟିତ୍ବ ସଂକ୍ରାନ୍ତରେ ଟିପ୍ପଣୀ ଦେଇ ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଜଟିଳ ସମୟରେ ଆତିଶୀଙ୍କୁ ଦାୟିତ୍ବ ଦିଆଯାଇଛି। ସରକାର ଭାଙ୍ଗିବାପାଇଁ ଆପ୍‌ ବିରୋଧରେ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି। ରାୟ କହିଛନ୍ତି, ଆରମ୍ଭରୁ ଆତିଶୀ ଦଳ ସହ ରହିଛନ୍ତି। ଏବେ ତାଙ୍କ ଉପରେ ୨ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ଗୋଟିଏ ହେଉଛି ‌ସେ ଦିଲ୍ଲୀର ୨ କୋଟି ଲୋକଙ୍କ ପାଇଁ କାମ କରିବେ ଏବଂ ଦ୍ବିତୀୟଟି ହେଉଛି ‌ସେ ବିଜେପିର ଷଡ଼୍‌ଯନ୍ତ୍ରକୁ ଅଟକାଇବେ। 

ଆତିଶୀ ମଧ୍ୟ କହିଛନ୍ତି, ବିଜେପି ଷଡ଼ଯନ୍ତ୍ର କବଳରୁ ସେ ଆପ୍‌କୁ ସୁରକ୍ଷା ଦେବାପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି, କେଜ୍ରିୱାଲ ମୋ ଉପରେ ବିଶ୍ବାସ କରୁଛନ୍ତି। ଆପ୍‌ ମୋ ଉପରେ ବିଶ୍ବାସ କରୁଛି। ସେଥିପାଇଁ ମତେ ଏହି ଦାୟିତ୍ବ ଦିଆଯାଇଛି। ମୁଁ ଏହି ବିଶ୍ବାସ ପାଇଁ ଖୁସି। କିନ୍ତୁ କେଜ୍ରିୱାଲଙ୍କ ଇସ୍ତଫା ପାଇଁ ମୁଁ ମଧ୍ୟ ଦୁଃଖିତ। ସେ କହିଛନ୍ତି, ଦିଲ୍ଲୀରେ କେବଳ ଜଣେ ମୁଖ୍ୟମନ୍ତ୍ରୀ ଏବଂ ସେ ହେଉଛନ୍ତି କେଜ୍ରିୱାଲ। ଉଲ୍ଲେଖଯୋଗ୍ୟ, ଆସନ୍ତା ଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କେଜ୍ରିୱାଲ ଆଗୁଆ ନିର୍ବାଚନ କରାଇବାକୁ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe