ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସିଙ୍ଗାପୁର ଗସ୍ତ ବାତିଲ; କେନ୍ଦ୍ର ସରକାରଙ୍କୁ ଦାୟୀ କଲା ‘ଆପ୍‌’

Advertisment
ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସିଙ୍ଗାପୁର ଗସ୍ତ ବାତିଲ; କେନ୍ଦ୍ର ସରକାରଙ୍କୁ ଦାୟୀ କଲା ‘ଆପ୍‌’

ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତ ନିମନ୍ତେ ‘କ୍ଲିୟରାନ୍‌ସ୍‌’ ନ ମିଳିବାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ୍‌ ଗସ୍ତ ବାତିଲ କରିଛନ୍ତି। ଏହି କଥାରେ କିଛି ଦିନ ଧରି କେଜ୍ରିୱାଲ୍‌ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା।

ଏଥି ନିମନ୍ତେ କେନ୍ଦ୍ରକୁ ଦାୟୀ କରି ଦିଲ୍ଲୀ ସରକାର ବିବୃତି ଜାରି କରିଛନ୍ତି। ସେଥିରେ ଉଲ୍ଲେଖ ଅଛି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ‘ବିଶ୍ବ ନଗରୀ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ନ ପାରିବାରୁ ଦିଲ୍ଲୀ ସମତେ ଦେଶ ଅପମାନିତ ହେଲା। ଏଥିପାଇଁ କେବଳ କେନ୍ଦ୍ର ସରକାର ଦାୟୀ।

ସୂଚନାଯୋଗ୍ୟ, ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ସିଙ୍ଗାପୁରର ହେବାକୁ ଥିବା ‘ବିଶ୍ବ ନଗରୀ ଶିଖର ବୈଠକ’ରେ ଭାଗ ନେବା ଲାଗି କେ‌ଜ୍ରିୱାଲ୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା

ଜାରି ଔପଚାରିକ ବିବୃତିରେ ଉଲ୍ଲେଖ ଅଛି ଯେ, ସିଙ୍ଗାପୁର ଗସ୍ତ ନିମନ୍ତେ ଆବଶ୍ୟକ ଔପଚାରିକତା ଜୁଲାଇ ୨୦ ସୁଦ୍ଧା ସମ୍ପନ୍ନ ହେବାର ଥିଲା। କିନ୍ତୁ ଉପରାଜ୍ୟପାଳ ଜୁଲାଇ ୨୧ରେ ତାଙ୍କ ଫାଇଲ୍‌ ଫେରାଇ ଦେଇଥିଲେ।

publive-image Image Courtesy of India Today

‘ଆପ’ କହିଛି ଯେ, ଉପରାଜ୍ୟପାଳ ଏବଂ କେନ୍ଦ୍ର ସରକାରଙ୍କଠାରୁ ଆବଶ୍ୟକ ପରାମର୍ଶ ପାଇବା ଲାଗି ଏତେ ବିଳମ୍ବ କରୁଥିବାରୁ ବାକି ଔପଚାରିକତା ପୂରଣ ନିମନ୍ତେ ଆଉ ସମୟ ନ ଥିବ।

ଉକ୍ତ ବିବୃତିରେ ପୁଣି ମଧ୍ୟ ଉଲ୍ଲେଖ ଅଛି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ଅନୁମତି ପାଇବା ସଂକ୍ରାନ୍ତ ଭାଇଲ୍‌ ଜୁନ୍‌ ୭ ତାରିଖରେ ଉପରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା। ପ୍ରାୟ ଦେଢ଼ ମାସ ନିରବ ରହି ଜୁଲାଇ ୨୧ରେ ଉପରାଜ୍ୟପାଳ ଉକ୍ତ ଫାଇଲ୍‌ ଫେରାଇ ଦେଇଛନ୍ତି। ଏହାଦ୍ବାରା କବେଳ ଗୁଡ଼ାଏ ବିଳମ୍ବ ଘଟିଲା ନାହିଁ ବରଂ ୨୦ ଜୁଲାଇ ସୁଦ୍ଧା ଆବଶ୍ୟକ ଭ୍ରମଣ ଔପଚାରିକତା ଶେଷ କରିବା ଲାଗି ଥିବା ସମୟ ମଧ୍ୟ ଅତିକ୍ରମ କରିଯାଇଥିଲା।

ଶିକ୍ଷା ଏବଂ ସ୍ବାସ୍ଥ୍ୟ‌ କ୍ଷେତ୍ରରେ ଦିଲ୍ଲୀ ସରକାର ଯେଉଁ ଉତ୍କର୍ଷଧରଣର କାର୍ଯ୍ୟ କରୁଛନ୍ତି ତାହାକୁ ବିଶ୍ବ ଦରବାରେ ଉପସ୍ଥାପନ କରାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ବାଧା ଦିଆଇବା ହେଉଛି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ବୋଲି ଉକ୍ତ ବିବରଣୀରେ ଉଲ୍ଲେଖ ଅଛି। ଏହାଦ୍ବାରା ହୁଏ ତ କେନ୍ଦ୍ର ସରକାରଙ୍କ ଅଭିସନ୍ଧି ପୂରଣ ହୋଇଛି, କିନ୍ତୁ, ଏଥିପାଇଁ ବିଶ୍ବ ସମ୍ପ୍ରଦାୟଙ୍କ ନିକଟରେ ଭାରତ ଯେଭଳି ଅପମାନିତ ହେଲା, ସେଲାଗି କେନ୍ଦ୍ର ସରକାର ଦାୟୀ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe