ଅରବିନ୍ଦ ଭିରମାନି ‘ନିତି ଆୟୋଗ’ର ପୂର୍ଣ୍ଣକାଳୀନ ସଦସ୍ୟ

Advertisment
ଅରବିନ୍ଦ ଭିରମାନି ‘ନିତି ଆୟୋଗ’ର ପୂର୍ଣ୍ଣକାଳୀନ ସଦସ୍ୟ

Seasonal Magazine

ନୂଆଦିଲ୍ଲୀ : ଯୋଜନା କମିସନର ପୂର୍ବତନ ପ୍ରମୁଖ ଉପଦେଷ୍ଟା ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅରବିନ୍ଦ ଭିରମାନିଙ୍କୁ ନିତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ଭିରମାନି ଫାଉଣ୍ଡେସନ ଫର ଇକୋନମିକ ଗ୍ରୋଥ୍‌ ଆଣ୍ଡ୍‌ ୱେଲ୍‌ଫେୟାର ସ୍ଥାପନ କରିଛନ୍ତି। ଉପା ସରକାରଙ୍କ ଅମଳରେ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ସେ ଅର୍ଥ ବିଭାଗର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ।

ନିତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ତାଙ୍କ ନିଯୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଜୁର କରିଛନ୍ତି। ବର୍ତ୍ତମାନ ନିତି ଆୟୋଗରେ ତିନି ଜଣ ପୂର୍ଣ୍ଣକାଳୀନ ସଦସ୍ୟ ରହିଛନ୍ତି। ସେମାନେ ହେଛଛନ୍ତି ଡକ୍ଟର ଭି କେ ସାରସ୍ବତ, ପ୍ରଫେସର ର‌ମେଶ ଚାନ୍ଦ ଓ ଡକ୍ଟର ଭି କେ ବଲ୍। ୨୦୧୩-୧୬ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଟେକ୍ନିକାଲ୍ ଆଡଭାଇଜରି କମିଟିର ସଦସ୍ୟ ଭାବେ ଭିରମାନି କାମ କରିଥିଲେ। ସେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପାଇଁ କାର୍ଯ୍ୟ କରିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ସହ କାମ କରିଥିବା ଭିରମାନି ବର୍ତମାନର ଅର୍ଥନୀତି ନିର୍ମଳା ସୀତାରମଣଙ୍କ ସହ କାମ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe