ଆର୍‌ୟନ୍‌ ମାମଲା: ଟୁଇଟର୍‌ରେ ବିବାଦୀୟ ମନ୍ତବ୍ୟ ହେତୁ ଶାହରୁଖ ଖାନ୍‌ ଅଭିନୀତ ବିଜ୍ଞାପନ ବନ୍ଦ କଲା ‘ବାଇଜୁସ୍‌’

Advertisment
ବାଇଜୁସ୍‌ଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସମନ

Image Courtesy of Sentinel Assam

ବେଙ୍ଗାଲୁରୁ: ଟୁଇଟର୍‌ରେ ବ୍ୟାପକ ପରିମାଣରେ ବିଦାଦୀୟ ମନ୍ତବ୍ୟ ପୋଷ୍ଟ୍‍ ହେବାରୁ ‘ବାଇଜୁସ୍‌’ ସାମୟିକ ଭାବେ ଶାହରୁଖ୍‌ ଖାନ୍‌ ଅଭିନୀତ ବିଜ୍ଞାପନ ପ୍ରସାରଣ ସ୍ଥଗିତ ରଖିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

‘ଡ୍ରଗ୍‌’ ସେବନ ଅଭିଯୋଗରେ ଅଭିନେତା ଶାହରୁଖଙ୍କ ପୁଅ ବିଚାର ବିଭାଗୀୟ ଅଦାଲତରେ ଥିବା ବେଳେ ଶିକ୍ଷା ପ୍ରଦାନକାରୀ କମ୍ପାନି ‘ବାଇଜୁସ୍‌’ ତାଙ୍କ (ଶାହରୁଖ୍‌) ଅଭିନୀତ ବିଜ୍ଞାପନ ପ୍ରସାରଣ କରୁଥିବାରୁ ସାମାଜିକ ଗଣମାଧ୍ୟମରେ କଟୂ ସମାଲୋଚନାର ସରବ୍ୟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛି।

୨୦୧୭ରୁ ଅଭିନେତା ଖାନ୍‌ ‘ବାଇଜୁସ୍‌’ର ‘ବ୍ରାଣ୍ଡ୍‌ ଆମ୍ବାସାଡର୍‌’ ଅଛନ୍ତି। ମାତ୍ର ଅଳ୍ପ ଦିନ ତଳେ ଶାହାରୁଖ୍‌ ‘ବାଇଜୁସ୍‌ କ୍ଲାସେସ୍‌’ ନାମରେ ଉକ୍ତ କମ୍ପାନିର ଅନ୍ୟ ଏକ ‘ଅନ୍‌ଲାଇନ୍‌ ଟ୍ୟୁଟରିଙ୍ଗ୍‌’ ଉପକ୍ରମର ବିଜ୍ଞାପନ ଦେଇଥିଲେ। ‘ସ୍କୁଲ୍‌-ଲର୍ଣ୍ଣିଙ୍ଗ୍‌ ସଲୁସନ୍‌ସ୍‌’ ପରେ ‘ପର୍ସନାଲାଇଜ୍‌ଡ୍‌’ରେ ଉପରେ ଆଲୋକପାତ କରି ଗତବର୍ଷ ‘ଆଇପିଏଲ୍‌’ ମ୍ୟାଚ୍‌ ସହ ‘ବାଇଜୁସ୍‌’ ଗୋଟାଏ ଟେଲିଭିଜନ୍‌ ବିଜ୍ଞାପନ ମଧ୍ୟ ଆରମ୍ଭ କରିଥିଲା।

publive-image Image Courtesy of 99news

ଏହା ବ୍ୟତିରେକେ, ‘ବିଗ୍‌ ବାସ୍କେଟ୍‌’ ଓ ‘ରିଲାଏନ୍‌ସ୍‌ ଜିଓ’ ସମେତ ଖାନ୍‌ ଅନ୍ୟାନ୍ୟ ଅନେକ ‘ବ୍ରାଣ୍ଡ୍‌’ର ମଧ୍ୟ ବିଜ୍ଞାପନ ଦେଉଛନ୍ତି। କିନ୍ତୁ, ସବୁଠୁ ଅଧିକ ସମାଲୋଚନାର ସରବ୍ୟ ହୋଇଛି ତାଙ୍କ ଅଭିନୀତ ‘ବାଇଜୁସ୍‌’ ବିଜ୍ଞାପନ। କାରଣ, ଏହା ପିଲାମାନଙ୍କୁ ମଣିଷ କରିବା ଉପରେ ପର୍ଯ୍ୟବେଶିତ ହୋଇଥିବା ବେଳେ ସ୍ୱୟଂ ଅଭିନେତାଙ୍କ ପୁଅ ‘ଡ୍ରଗ୍‌’ ସେବନ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତି।

ସୂଚନାଯୋଗ୍ୟ, ‘ବାଇଜୁସ୍‌’ ହେଉଛି ଭାରତର ସବୁଠୁ ଅଧିକ ମୂଲ୍ୟବାନ ନୂତନ କମ୍ପାନି। ସମ୍ପ୍ରତି ‘ବାଇଜୁସ୍‌’ର ନିଶୁଳ୍କ ପ୍ଲାଟ୍‌ଫର୍ମରେ ୧୦୦ ନିୟୁତ ଶିକ୍ଷାର୍ଥୀ ଥିବାବେଳେ ୭ ନିୟୁତ ପ୍ରାପ୍ୟ ଦାନକାରୀ ଶିକ୍ଷାର୍ଥୀ ଅଛନ୍ତି। ଏହାର ସଂସ୍ଥାପକ ହେଉଛନ୍ତି ବାଇଜୁ ରବିନ୍ଦ୍ରନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe