ଆରୟନ ଖାଁଙ୍କ ସହ ଜଣେ ଓଡ଼ିଆଙ୍କୁ ମିଳିଲା କ୍ଲିନ୍‌ଚିଟ, ଅନ୍ୟ ଜଣଙ୍କ ନାମରେ ଚାଲିବ ମାମଲା

Advertisment
ଆରୟନ ଖାଁଙ୍କ ସହ ଜଣେ ଓଡ଼ିଆଙ୍କୁ ମିଳିଲା କ୍ଲିନ୍‌ଚିଟ, ଅନ୍ୟ ଜଣଙ୍କ ନାମରେ ଚାଲିବ ମାମଲା

ମୁମ୍ବାଇ: ବହୁଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍‌ୟନ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି। ଏନ୍‌ସିବି ପକ୍ଷରୁ କରାଯାଇଥିବା ଚାର୍ଜସିଟ୍‌ରେ ଆର୍‌ୟନଙ୍କ ନାଁ ନାହିଁ ବୋଲି ସୂଚନା ରହିଛି। ଗତ ଅକ୍ଟୋବର ମାସରେ ଡ୍ରଗ୍ସ ମାମଲାରେ ତାଙ୍କ ନାମ ସାମ୍ନାକୁ ଆସିଥିଲା। ଅନେକ ଡ୍ରାମା ପରେ ତାଙ୍କୁ ଅ‌କ୍ଟୋବର ୨୮ ତାରିଖରେ ଜାମିନ୍‌ ପ୍ରଦାନ କରାଯାଇଥିଲା। ତେବେ ସେତେବେଳେ ଆରୟନଙ୍କ ସହ ଗିରଫ ହୋଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମଧ୍ୟରୁ ଜଣଙ୍କୁ କ୍ଲିନ୍‌ଚିଟ୍‌ ମିଳିଥିବାବେଳେ ଆଉ ଜଣେ ଓଡ଼ିଆଙ୍କ ନାମ କିନ୍ତୁ ଚାର୍ଜସିଟ୍‌ରେ ରହିଛି |

ମିଳିଥିବା ସୂଚନା ମୁତାବକ ଆର୍‌ୟନ ଖାନଙ୍କ ବ୍ୟତୀତ ଆଉ ୫ ଜଣଙ୍କୁ କ୍ଲିନଚିଟ୍ ଦିଆଯାଇଛି ଏବଂ ଏନସିବି ଚାର୍ଜସିଟରେ ସେମାନଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ଏହି ମାମଲାରେ ଗତ ବର୍ଷ ଆରୟନ ଖାନଙ୍କ ସମେତ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଆର୍‌ୟନ ଖାନଙ୍କ ବ୍ୟତୀତ ଓଡ଼ିଆ ଯୁବକ ଅବିନ୍ ସାହୁ, ଗୋପାଳ ଜୀ ଆନନ୍ଦ, ସମୀର ସାଇଗାନ, ଭାସ୍କର ଆରୋରା, ମାନବ ସିଙ୍ଗଲଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି |

ତେବେ ଅରବାଜ୍ ମର୍ଚ୍ଚଣ୍ଟ, ମୁନମୁନ୍ ଧମେଚା, ବିକ୍ରାନ୍ତ ଚୋକରଙ୍କ ସହ ଓଡ଼ିଆ ଯୁବକ ମନୀଷ ରାଜଗାରିଆଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ ଅଛି | ସୂଚନା ଥାଉ କି ସେତେବେଳେ ରାଉରକେଲା ସିଭିଲ୍ ଟାଉନସିପ୍ ଅଞ୍ଚଳର ଶିଳ୍ପପତିଙ୍କ ପୁଅ ମନୀଷ ରାଜଗାରିଆ ଓ ପୁରୁଣା ଟାକ୍ସିଷ୍ଟାଣ୍ଡ ଅଞ୍ଚଳର ସୁନା ବ୍ୟବସାୟୀଙ୍କ ପୁଅ ଅବିନ୍ ସାହୁଙ୍କୁ ଏନସିବି ଗିରଫ କରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe