ଅକ୍ଟୋବର ୧୧ପର୍ଯ୍ୟନ୍ତ ଆର୍‌ୟନ୍‌ ଖାନଙ୍କୁ ହେପାଜତକୁ ନେବାକୁ ଆବେଦନ କଲା ଏନସିବି

ଅକ୍ଟୋବର ୧୧ପର୍ଯ୍ୟନ୍ତ ଆର୍‌ୟନ୍‌ ଖାନଙ୍କୁ ହେପାଜତକୁ ନେବାକୁ ଆବେଦନ କଲା ଏନସିବି

www.indiatoday.in

ମୁମ୍ବାଇ:  ‘ନାକ୍ରୋଟିକ୍ସ୍‍ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ସିବି) ଦ୍ୱାରା ଗିରଫ ହୋଇଥିବା ଆର୍‌ୟନ୍‌ ଖାନଙ୍କୁ ଅକ୍ଟୋବର ୧୧ପର୍ଯ୍ୟନ୍ତ ହେପାଜତକୁ ନେବାକୁ ଆବେଦନ କଲା ଏନସିବି। ଏନସିବି 'ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ୍' ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍‌ୟନ୍‌ ଖାନଙ୍କ ଫୋନରୁ ବଡ଼ ତଥ୍ୟ ପାଇଥିବା ଦାବି କରି ଅଧିକ ସୂଚନା ପାଇଁ ତାଙ୍କୁ ହେପାଜତକୁ ନେବାକୁ ଆବେଦନ କରିଛି।

ଅଦାଲତରେ ଏହାର ଶୁଣାଣି ସମୟରେ ଆର୍‌ୟନ୍‌ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ଯୁକ୍ତି କରିଛନ୍ତି ଯେ, ଯଦିଓ ମାମଲା ଜାମିନ ବିହୀନ, ତଥାପି ଏହାକୁ ସମର୍ଥନ କରିବା ପାଇଁ ତଥ୍ୟ ଏବଂ ପ୍ରମାଣ ରହିବା ଉଚିତ୍। ଆର୍‌ୟନଙ୍କ ହ୍ବାଟସଆପ ଚାଟରେ ଆନ୍ତର୍ଜାତୀୟ ଡ୍ରଗ୍ ରାକେଟ୍ ସହ ଜଡିତ ତଥ୍ୟ ମିଳିବା ନେଇ ମନେଶିନ୍ଦେ କହିଛନ୍ତି ଯେ, "ଏନ୍‌ସିବି ଖାନଙ୍କ ବିରୋଧରେ ଅତ୍ୟଧିକ ଗୁରୁତର ଅଭିଯୋଗ କରୁଛନ୍ତି। କିନ୍ତୁ ଏନେଇ ପ୍ରମାଣ ଥିବା ଦରକାର। ଅଦାଲତ ଆର୍‌ୟନଙ୍କ ଚାଟ୍ ଦେଖିପାରିବେ। ସେଥିରେ ସେ ଡ୍ରଗ୍ ବିଷୟରେ କଥା ହୋଇନାହାନ୍ତି। ଅନ୍ୟଠାରୁ ଜବତ କରାଯାଇଥିବା ଜିନିଷ ଆର୍‌ୟନଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ ନାହିଁ।

publive-image Image Courtesy of The Quint

ଅନ୍ୟପକ୍ଷ‌ରେ ଆର୍‌ୟନ୍‌ ଅଦାଲତକୁ କହିଛନ୍ତି ଯେ, ମୁଁ ଏନସିବି ଅଫିସରଙ୍କ ଦେଖି ଖସିଯିବାକୁ ଚେଷ୍ଟା କରିନଥିଲି। ତାଙ୍କୁ ଯାଞ୍ଚରେ ସହଯୋଗ କରିବା ସହ ଭଲ ବ୍ୟବହାର କରିଥିଲି। ସେଥିପାଇଁ ମୋତେ ସେମାନଙ୍କ ହେପାଜତକୁ ପଠାଯିବା ଉଚିତ ନୁହେଁ।

ଏବେ ହେପାଜତକୁ ନେବା ନେଇ ହୋଇଥିବା ଆବେଦନର ଶୁଣାଣି ଚାଲିଥିବା ବେଳେ ଆର୍‌ୟନଙ୍କୁ ଏନସିବି ହେପାଜତକୁ ପଠାଯିବ କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe