ଆର୍‌ୟନ୍‌ଙ୍କ ଜାମିନ ଆବେଦନ ଶୁଣାଣି: ଆର୍‌ୟନ୍‌ ଓ ଅନ୍ୟମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜେଜେ ହସ୍ପିଟାଲ୍‌ ନିଆଗଲା

Advertisment
ଆର୍‌ୟନ୍‌ଙ୍କ ଜାମିନ ଆବେଦନ ଶୁଣାଣି: ଆର୍‌ୟନ୍‌ ଓ ଅନ୍ୟମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜେଜେ ହସ୍ପିଟାଲ୍‌ ନିଆଗଲା

ମୁମ୍ବାଇ: ଜାମିନ ଆବେଦନ ଶୁଣାଣି ପ୍ରକ୍ରିୟାର ଅଂଶବିଶେଷ ଭାବେ ଆର୍‌ୟନ୍‌ ଖାନ୍‌ ଏବଂ ଅନ୍ୟମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ‘ଜେଜେ ହସ୍ପିଟାଲ୍‌’କୁ ନିଆଯାଇଛି। ଜାମିନ ଆବେଦନ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଅର୍ଥର୍‌ ରୋଡ୍‌ ଜେଲ୍‌କୁ  ନେବା ପାଇଁ ‘ଏନ୍‌ସିବି’ ନିଷ୍ପତ୍ତି ନେଇଛି।

ଜାମିନ ଆବେଦନ ଶୁଣାଣି ଚାଲିଥିବା ବେଳେ ଅତିରିକ୍ତ ସଲିସଟର୍‌ ଜେନେରାଲ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ‘ମେଣ୍ଟେନାବିଲିଟି ଇସ୍ୟୁ’ ଉଠାଇଥିଲେ। ପ୍ରଥମେ ତାହା ସ୍ଥିର କରାଯିବା ପରେ ମାମଲାର ‘ମେରିଟ୍‌’ ଅଛି କି, ନାହିଁ ଦେଖାଯିବା ଉଚିତ ବୋଲି ସେ କହିଥିଲେ।

publive-image Image Courtesy of India Today

ଏହି ଜାମିନ ଆବେଦନକୁ  ବିରୋଧ କରିବ ବୋଲି ‘ଏନ୍‌ସିବି’ ପୂର୍ବରୁ କହିଥିଲା। ତେଣୁ, ଆଜି ଏସ୍‌ପ୍ଲେନେଡ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ଉପରୋକ୍ତ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଶୁଣାଣି ହେବା ପରେ ‘ନାକ୍ରୋଟିକ୍‌ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ବିସି) ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନର କ’ଣ ‘ମେରିଟ୍‌’ ଅଛି ବୋଲି ପଚାରିଥିଲା।

publive-image Image Courtesy of India Today

ଆଜି ପୂର୍ବାହ୍ନ ୧୧ଟା ବେଳେ ମୁମ୍ବାଇସ୍ଥିତ ଏସ୍‌ପ୍ଲେନେଡ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ଆର୍‌ୟନ୍‌ ଖାନ୍‌ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ଜାମିନ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କୌଣସି କାରଣରୁ ତାହା ବିଳମ୍ବ ହୋଇ ଅପରାହ୍ଣ ୧୨.୩୦ରେ ଆରମ୍ଭ ହୋଇଥିଲା।

ଗୋଆ ଅଭିମୁଖେ ଯାତ୍ରାରତ ‘କ୍ରୁଜ୍‌ ପାର୍ଟି’କୁ ବର୍ଣ୍ଣାଢ୍ୟ କରିବା ଲାଗି ଆର୍‌ୟନ୍‌ ଖାନ୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଡ୍ରଗ୍‌ ସହ ତାଙ୍କର କୌଣସି ସମ୍ପର୍କ ନ ଥିବା କଥା ଗୁରୁବାର ଦିନ ତାଙ୍କ ଓକିଲ ଅଦାଲତଙ୍କୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe