ଆରୟନଙ୍କ ସହ କାହିଁକି ବସିଥି‌ଲେ? ଶାହରୁଖଙ୍କୁ ୨୫କୋଟି ଟଙ୍କା ମାଗିଥିଲେ କି? ଏସବୁ ପ୍ରଶ୍ନର ଉତ୍ତର ରଖିଲେ ଗୋସାବୀ

Advertisment
ଆରୟନଙ୍କ ସହ କାହିଁକି ବସିଥି‌ଲେ? ଶାହରୁଖଙ୍କୁ ୨୫କୋଟି ଟଙ୍କା ମାଗିଥିଲେ କି? ଏସବୁ ପ୍ରଶ୍ନର ଉତ୍ତର ରଖିଲେ ଗୋସାବୀ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ ପାର୍ଟି ମାମଲାରେ ଗିରଫ ହୋଇଥିବା ଆରୟନ ଖାନ ଯେତିକି ଚର୍ଚ୍ଚାରେ ଅଛନ୍ତି, ସେତିକି ଚର୍ଚ୍ଚାରେ ଅଛନ୍ତି ଏନସିବିର ସାକ୍ଷୀ ବୋଲି କୁହାଯାଉଥିବା କେପି ଗୋସାବୀ। ଆରୟନ ଗିରଫ ହେବା ଦିନଠାରୁ ତାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସେ ଏହାର ଉତ୍ତର ରଖିଛନ୍ତି। ପ୍ରଥମେ ଆରୟନଙ୍କ ସହ ସେଲଫି ଏବଂ ପରେ ଆରୟନଙ୍କୁ ନିଜ ଫୋନ ଜରିଆରେ କଥା କରାଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ସେ ଏବଂ ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ ଆରୟନଙ୍କୁ ଛାଡ଼ିବା ପାଇଁ ଶାହରୁଖଙ୍କୁ ୨୫କୋଟି ଟଙ୍କା ମାଗିଥିବା ନେଇ ଆରୋପ ଲାଗିବା ପରେ ଏବେ ମୁହଁ ଖୋଲିଛନ୍ତି ଗୋସାବୀ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ନିଜ ମ୍ୟାନେଜରଙ୍କ ସହ କଥା ହେବା ପାଇଁ ଆରୟନ ଖାନ୍ ମୋତେ ଡାକିଥିଲେ, କାରଣ ସେତେବେଳେ ତାଙ୍କ ପାଖରେ ନିଜର ଫୋନ୍ ନଥିଲା। ଏହା ପରେ ସେ ମାତାପିତା ଏବଂ ମ୍ୟାନେଜରଙ୍କୁ ଫୋନ କରିବା ପାଇଁ ମୋ ଫୋନ୍ ମାଗିଥିଲେ। ମୁଁ କେବଳ ତାଙ୍କୁ ସାହାଯ୍ୟ କରିଥିଲି ଏବଂ ଅକ୍ଟୋବର ୬ପରେ ମୁଁ ମୁମ୍ବାଇ ଛାଡ଼ିଥିଲି। ସମୀର ୱାଙ୍ଖେଡେଙ୍କୁ ମୁଁ କେବଳ ଟିଭିରେ ଦେଖିଛି, ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିନାହିଁ। ମୁଁ ପୂର୍ବରୁ ଏନସିବିର କୌଣସି ଚଢ଼ାଉରେ ସାମିଲ ହୋଇନାହିଁ।

Aryan Khan asked me to call his parents, claims KP Gosavi who clicked selfie with SRK’s son www.indiatoday.in

ଗତକାଲି କେପି ଗୋସାବୀଙ୍କ ବଡିଗାର୍ଡ ଥିବା ପ୍ରଭାକର ସେଲ ଅଭିଯୋଗ କରିଥିଲେ ଯେ, ଗୋସାବୀ ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ୨୫କୋଟି ଟଙ୍କା ଦାବି କରିଥିଲେ। ଏହି ଦାବି ଗୋସାବୀ ଏନସିବି ମୁଖ୍ୟ ସମୀର ୱାନଖେଡେ ତରଫରୁ କରିଥିଲେ। ତାଙ୍କ ସହଯୋଗୀ ଆଣିଥିବା ଅଭିଯୋଗ ଉପରେ ପଚରାଯିବା ପରେ ଗୋସାବୀ କହିଛନ୍ତି ଯେ, ମୁଁ ପ୍ରଭାକରଙ୍କୁ ଜାଣେ। ସେ ମୋ ସହ କାମ କରିଥିଲେ। କିନ୍ତୁ ସେ ଆଣିଥିବା ଅଭିଯୋଗ ବିଷୟରେ ମୁଁ କିଛି ଜାଣିନାହିଁ। ମୁଁ ଅକ୍ଟୋବର ୧୧ରୁ ତାଙ୍କ ସହ ଯୋଗାଯୋଗରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe