Image Courtesy of India Today
ମୁମ୍ବାଇ: ଜେଲ୍ରୁ ମୁକ୍ତି ପାଇବା ପରେ ବାନ୍ଦ୍ରାସ୍ଥିତ ଶାହାରୁଖ୍ ଖାନ୍ଙ୍କ ବଙ୍ଗଳା ‘ମନ୍ନତ’କୁ ଫେରିଛନ୍ତି ପୁଅ ଆର୍ୟନ୍ ଖାନ୍। ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି ଯେ, ଆଗାମୀ କିଛି ଦିନ ପାଇଁ ସେ ବାହାରକୁ ନ ବାହାରି ଘରେ ରହିବେ।
ସେଲିବ୍ରେଟିମାନଙ୍କ ଫଟୋ ଉତ୍ତୋଳନ କରୁଥିବା ମୁକ୍ତବୃତ୍ତ ଫଟୋଗ୍ରାଫର୍ମାନଙ୍କ ଦୃଷ୍ଟିରେ ନ ପଡ଼ିବାକୁ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଉଛି।
ଶାହରୁଖଙ୍କ ପ୍ରତି ସମର୍ଥନ ଜଣାଇ ‘ମନ୍ନତ୍’ ବାହାରେ ତାଙ୍କର ବହୁସଂଖ୍ୟକ ପ୍ରଶଂସକ ସମବେତ ହୋଇଛନ୍ତି। କେତେକ ଫୁଲତୋଡ଼ା ନେଇ ଆସିଥିବା ବେଳେ ଅନ୍ୟ କେତେକ ଆନନ୍ଦରେ ଆତ୍ମହରା ହୋଇ ‘ମନ୍ନତ୍’ ବାହାରେ ବାଣ ଫୁଟାଉଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ମୁକ୍ତବୃତ୍ତ ଫଟୋଗ୍ରାଫର୍ ମଧ୍ୟ ଅଛନ୍ତି।
Image Courtesy of Mid-dayନିରାପତ୍ତା କାରଣରୁ ‘ମନ୍ନତ୍’କୁ ନ ଆସିବା ପାଇଁ ପୂର୍ବରୁ ଶାହରୁଖ୍ ଖାଁ ଚଳଚ୍ଚିତ୍ର ଶିଳ୍ପରେ ଥିବା ତାଙ୍କର ବନ୍ଧୁମାନଙ୍କୁ ଅନୁରୋଧ କରିଥିଲେ। ନିରାପତ୍ତା ଦୃଷ୍ଟିରୁ ଶାହାରୁଖ ଖାନ୍ ମଧ୍ୟ ‘ମନ୍ନତ୍’ରେ ରହୁନାହାନ୍ତି। ସପ୍ତାହାନ୍ତରେ ଆର୍ୟନ୍ଙ୍କୁ ଭେଟିବାକୁ ପାରିବାରିକ ବନ୍ଧୁମାନେ ମଧ୍ୟ ନ ଆସନ୍ତୁ ବୋଲି ଶାହାରୁଖ୍ଙ୍କ ମ୍ୟାନେଜର୍ ପୂଜା ଦଦଲାନୀ ସବିଶେଷ ଅନୁରୋଧ କରିଛନ୍ତି।
Follow Us