ଲକଡାଉନ ସମୟରେ ବାହାରେ ବୁଲିବା ମହଙ୍ଗା ପଡ଼ିଲା; ପୁଲିସ ଦେଲା ପାନେ

Advertisment
ଲକଡାଉନ ସମୟରେ ବାହାରେ ବୁଲିବା ମହଙ୍ଗା ପଡ଼ିଲା; ପୁଲିସ ଦେଲା ପାନେ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କରେ ଲକଡାଉନ ଘୋଷଣା କରାଯାଇଛି। ହରିୟାଣାରେ ମଇ ୧୦ ପର୍ଯ୍ୟନ୍ତ ଲକଡାଉନ ରହିଛି।  ତେବେ ଏଭଳି ପରିସ୍ଥିତିରେ ସରକାର ଲୋକମାନଙ୍କୁ ଏହି ନିୟମ ପାଳନ କରିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି।

ଏହା ସ‌ତ୍ତ୍ବେ ବି ସମାଜରେ ଏମିତି କିଛି ଅମାନିଆ ଅଛନ୍ତି, ଯେଉଁମାନଙ୍କୁ ଏସବୁ କୁ ନେଇ କିଛି ବି ଫରକ ପଡ଼ୁନାହିଁ। ତେବେ ହରିୟାଣାର ଅମ୍ବାଲାରେ ଲକଡାଉନ ହେବା ସତ୍ତ୍ବେ କିଛିଲୋକ ବାହାରକୁ ବୁଲିବାକୁ ଚାଲି ଆସିଥି‌ଲେ। ଏହି ସମୟରେ ସେମାନେ ପୁଲିସ ହାତରେ ଧରାପଡ଼ି ଯାଇଥିଲେ।

ପୁଲିସ ଉକ୍ତ ଅମାନିଆଙ୍କୁ ଧରି ରାସ୍ତାରେ ସାମାଜିକ ଦୂରତା ରକ୍ଷା କରି ଉଠବସ କରାଇଥିଲା। କିଛି ସମୟ ପରେ କରୋନାକୁ ନେଇ ଉକ୍ତ ଲୋକଙ୍କୁ ସଚେତନ କରାଇ ଆଗକୁ ଏଭଳି ନକରିବାକୁ ଚେତାବନୀ ଦେଇ ସମସ୍ତଙ୍କୁ ଛାଡ଼ି ଦେଇଥିଲା ପୁଲିସ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe