Image Courtesy: Reuters
ବାନ୍ଦୁଗ: କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ବନ୍ଦ ରହିଥିବା ବାନ୍ଦୁଗ ଚିଡ଼ିଆଖାନାରେ ଥିବା ସୁମାତ୍ରାର ବାଘ ଓ ଜାଭାର କଲରାପତ୍ରିଆମାନଙ୍କୁ ଖୁଆଇବାକୁ ସେହି ଚିଡ଼ିଆଖାନାରେ ଥିବା କେତେକ ଜନ୍ତୁଙ୍କୁ ମାରିବାକୁ ଇଣ୍ଡୋନେସିଆ ବିଚାର କରୁଛି। ଯଦି ଜୁଲାଇ ମାସ ବେଳକୁ ଚିଡ଼ିଆଖାନାରେ ଖାଦ୍ୟ ସଂକଟ ଉପୁଜେ ଏ ଭଳି ବ୍ୟବସ୍ଥା କରାଯିବ ବୋଲି ସେମାନେ ଭାବୁଛନ୍ତି।
ସମ୍ପ୍ରତି ବାନ୍ଦୁଗ ଚିଡ଼ିଆଖାନାରେ ଥିବା ୮୫୦ ଜୀବଜନ୍ତୁଙ୍କୁ ସ୍ବାଭାବିକ ଠାରୁ କମ୍ ଆହାର ଦିଆଯାଉଛି। ଇଣ୍ଡୋନେସିଆର ଚତୁର୍ଥ ବଡ଼ ସହରରେ ଥିବା ବାନ୍ଦୁଗ ଚିଡ଼ିଆଖାନାରେ ପ୍ରତି ମାସରେ ଦର୍ଶକମାନଙ୍କ ଠାରୁ ପ୍ରାୟ ୬୧ ହଜାର ଟଙ୍କା ଉପାର୍ଜନ କରିଥାଏ। ଦେଶରେ ଲକ୍ଡାଉନ୍ ଯୋଗୁଁ ମାର୍ଚ ୨୩ ତାରିଖ ଠାରୁ ଏହି ଚିଡ଼ିଆଖାନା ବନ୍ଦ ରହିଛି।
Image Source: Devdiscourceଚିଡ଼ିଆଖାନାର ମୁଖପାତ୍ର ସୁଲ୍ହାନ୍ ସିଆଫାଇ କହିଛନ୍ତି, ଆମର ପ୍ରାୟ ୩୦ଟି ଚିତ୍ରାହରିଣ ଅଛନ୍ତି। ସୁମାତ୍ରାର ବାଘ ଏବଂ ଜାଭା କଲରାପତ୍ରିଆ ଓ ସିଂହମାନଙ୍କ ଭଳି ମାଂସଭୋଜୀମାନଙ୍କ ପ୍ରାଣରକ୍ଷା ପାଇଁ ଆମେ ବୃଦ୍ଧ ଓ ଶାବକ ଜନ୍ମ କରୁ ନ ଥିବା ହରିଣମାଙ୍କୁ ମାରିପକାଇବାକୁ ଚିହ୍ନଟ କରିଛୁ। ରାଜହଂସଙ୍କ ସମତେ କେତେକ ପକ୍ଷୀଙ୍କୁ ମଧ୍ୟ ମରାଯିବ।
ଦୈନିକ ଚିଡ଼ିଆଖାନା ପାଇଁ ୪୦୦ କିଲୋ ଫଳ ଏବଂ ୧୨୦ କିଲୋ ମାଂସ ଆବଶ୍ୟକ ହୁଏ। ଏଥିପାଇଁ ଏବେ ଆମେ ଅନୁଦାନ ଉପରେ ନିର୍ଭର କରୁଛୁ।
Follow Us