ଲକ୍ଷ୍ନୌରେ ବୁଲ୍‌ଡୋଜର୍‌ରେ ବସି ଶୋଭାଯାତ୍ରାରେ ବାହାରିଛନ୍ତି ବିଜେପି କର୍ମୀ

ଲକ୍ଷ୍ନୌରେ ବୁଲ୍‌ଡୋଜର୍‌ରେ ବସି ଶୋଭାଯାତ୍ରାରେ ବାହାରିଛନ୍ତି ବିଜେପି କର୍ମୀ

Image Courtesy of India Today

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭୋଟ୍‌ ଗଣନା ଟ୍ରେଣ୍ଡ୍‌ ଗୈରିକ ଦଳ ସପକ୍ଷରେ ଯାଉଥିବା ବେଳେ ଦଳୀୟ କର୍ମୀମାନେ ବୁଲ୍‌ଡୋଜର୍‌ ଚଢ଼ି ଶୋଭାଯାତ୍ରାରେ ବାହାରିଛନ୍ତି। ଫେବ୍ରୁଆରି ମାସରେ ନିର୍ବାଚନ ପ୍ରଚାର ବେଳେ ‘ବିଜେପି’ କର୍ମୀମାନେ ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ଯୋଗ ଦେବା ବେଳେ ‘ବୁଲ୍‌ଡୋଜର୍‌ ବାବା ଜିନ୍ଦାବାଦ୍‌’ ବୋଲି ସ୍ଲୋଗାନ୍‌ ଦେଇଥିଲେ।

ଲକ୍ଷ୍ନୌରୁ ମିଳିଥିବା ଫଟୋଗୁଡ଼ିକ‌ରେ ଦେଖାଯାଉଛି, ହାତରେ ‘ବିଜେପି’ ପତାକା ଧରି କର୍ମୀମ‌ାନେ ବୁଲ୍‌ଡୋଜର୍‌ ଉପରେ ବସିଛନ୍ତି। କେତେକ କର୍ମୀ ବୁଲ୍‌ଡୋଜର୍‌ ଉପରେ ଠିଆ ହୋଇଥିବା ବେଳେ ଆଉ କେତେକ ବସିଛନ୍ତି। ଆହୁରି କେତେକ ବୁଲ୍‌ଡୋଜର ବ୍ଲେଡ୍‌ ଉପରେ ମଧ୍ୟ ବସିଛନ୍ତି।

publive-image Image Courtesy of India Today

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ଅଭିଯାନ ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଦ୍ରୂପ କରି ‘ବାବା ବୁଲ୍‌ଡୋଜର୍‌’ ବୋଲି ସମ୍ବୋଧନ କରିଥିଲେ।

ଅଯୋଧ୍ୟାରେ ଗୋଟାଏ ରାଲିରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ଯୋଗୀ ଆଦିତ୍ୟନାଥ ସବୁ ଜିନିଷର ନାଁ ପରିବର୍ତ୍ତନ କରିପକାଉଛନ୍ତି। ତଥାପି ଆମେ ତାଙ୍କୁ ବାବା ମୁଖ୍ୟମନ୍ତ୍ରୀ ବୋଲି ଡାକୁଛନ୍ତି। କିନ୍ତୁ, ଗୋଟାଏ ଖ୍ୟାତିସମ୍ପନ୍ନ ଇଂରାଜୀ ସମ୍ବାଦପତ୍ର ତାଙ୍କୁ ‘ବାବା ବୁଲ୍‌ଡୋଜର୍‌’ ବୋଲି କହିଛି। ମୁଁ ତାଙ୍କୁ ଏ ନାଁ ଦେଇନାହିଁ ଗୋଟାଏ ଖ୍ୟାତିସମ୍ପନ୍ନ ଇଂରାଜୀ ସମ୍ବାଦପତ୍ର ଏ ନାଁ ଦେଇଛି। ତେଣୁ, ଭୋଟ୍‌ ହେବା ବେଳକୁ ସରକାର ମଧ୍ୟ ବଦଳିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe